*ଜନସେବକ ଓଡିଶାଙ୍କ ଦ୍ଵାରା ଜଳଛତ୍ର*
ହିନ୍ଦୋଳ – ଆଜି ୪ ମେ ୨୦୨୫ ରବିବାର ହିନ୍ଦୋଳ ଖଜୁରିଆକଟା ବସଷ୍ଟାଣ୍ଡ ଠାରେ ଜନସେବକ ଓଡିଶା ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଏକ ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଂଗଠନର ଉପସଭାପତି ସତ୍ୟାନନ୍ଦ ବେହେରାଙ୍କ ସହିତ ବହୁ ମହିଳା ସ୍ଵଚ୍ଛେସେବୀଙ୍କ ସହଯୋଗରେ ଅଞ୍ଚଳବାସୀ ଓ ପଥଚାରୀଙ୍କୁ ମିଠାଦହି ସର୍ବତ,ଓଆରଏସ ସର୍ବତ,ମିଠା ଲେମ୍ଵୁ ସର୍ବତ , ପୁଦିନା ଘୋଳଦହି ଓ ଥଣ୍ଡା ପାନୀୟ ଜଳ ବଣ୍ଟନ ସେବା କରାଯାଇଛି ।ପଥଚାରୀମାନେ ଗ୍ରୀଷ୍ମ ପ୍ରବାହ ସମୟରେ ଏଭଳି ମହାନ କାର୍ଯ୍ୟ ପାଇଁ ଜନ ସେବକ ସଭାପତି ଓ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି ।ଜନସେବକ ମଣ୍ଡଳ ଓଡିଶା ଙ୍କ ଦ୍ଵାରା ବାଲ୍ୟ ବିବାହ ବନ୍ଦ,ପୁରୁଣା ମାଲିମକଦ୍ଦମା,ବିଭାଜନ ଗ୍ରାମକୁ ମିଶ୍ରଣ ପ୍ରଭୃତି ମହାନ କାର୍ଯ୍ୟକୁ ଶୃଙ୍ଖଳିତ ଭାବରେ ସମାଧାନ କରାଯାଉଥିଵା ଜଣାଯାଇଛି ।



