ହନୁମାନ ବାଟିକାରେ ହନୁମାନଙ୍କର ୧୭ତମ ବାର୍ଷିକୋତ୍ସବ ପାଳିତ
ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ହନୁମାନଙ୍କର ୧୭ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ଏଥିରେ ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରା ଯୋଗଦାନ କରି ମହାବୀରଙ୍କ ଆଶିଷ ଲାଭ କରିଥିଲେ । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଯଣା କରାଯାଇଥିଲା । ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା, ଗୀତାଯଜ୍ଞ ସହିତ ଏକ ହଜାର ଆହୁତି ଦିଆଯାଇଥିଲା । ଭକ୍ତମାନେ ବିଭିନ୍ନ ଭୋଗ ରାଗ ହନୁମାନଙ୍କ ପାଖରେ ଲଗେଇ ପୂଜା ଅର୍ଚ୍ଚନା କରିଥିଲେ । ମଧ୍ୟାହ୍ନରେ ଚାରି ହଜାରରୁ ଉର୍ଦ୍ଧ ଭକ୍ତ ପ୍ରସାଦସେବନ କରିଥିଲେ । ମନ୍ଦିର ପୂଜକ ସୁଶା ଭାଇନା, ପୂଜକ ଅମରେନ୍ଦ୍ର ମିଶ୍ର ସମସ୍ତ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତା ରୁଦ୍ରନାରାୟଣ ତ୍ରିପାଠୀ, ସଭାପତି ଶୁଭେନ୍ଦୁ ତ୍ରିପାଠୀ, ସଂପାଦକ ଗୟାଧର ବେହେରା, କୋଷାଧ୍ୟକ୍ଷ ଚିତରଞ୍ଜନ ସାହୁ, ପୂର୍ଣଚନ୍ଦ୍ର ମହାପାତ୍ର, ସନ୍ତୋଷ ରାଉତ, ପୁଲକ ମିଶ୍ର, ବିରଜା ମିଶ୍ର, ଅରୁଣ ବିଶ୍ଵାଳଙ୍କ ସମେତ ହନୁମାନ ବାଟିକାର ସମସ୍ତ କର୍ମକର୍ତା ଏଥିରେ ସହଯୋଗ କରିଥିଲେ । ସଂଧ୍ୟାରେ ସଂକୀର୍ତନର ପରିବେଷଣ କରାଯିବ ।




