ଅପରେଶନ ସିନ୍ଦୁର ସିନ୍ଦୁର ସଫଳତାକୁ ନେଇ ରାଲି
ତାଳଚେର, ୧୫/୦୫ ଆଜି ସକାଳ ୮ଘଟିକା ସମୟରେ ଭାରତ ସେନାମାନଙ୍କୁ ସଲାମ ଜଣାଇବା, ତିନିସେନାଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ତାଳଚେର ରାଜବାଟ୍ଟୀ ଠାରୁ ବିଶାଳ ବାଇକ ର୍ୟାଲି ଶୋଭାଯାତ୍ରାରେ ସହର ପରିକ୍ରମା କରି ତାଳଚେର ଉପଜିଳ୍ଳାପାଳଙ୍କ କାର୍ଯ୍ୟାଳୟ ଠାରେ ପଂହଚିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥିନେଇ ବ୍ୟାପକ ପ୍ରସ୍ତୁତି କରିବା ସହ ଏଥିରେ ଏନସିସି, ସିଭିଲଡ଼ିଫେନ୍ସ, ରେଡ଼କ୍ରସ, ଆମ୍ବୁଲାନ୍ସ ଡ଼ିଭିଜନ, ପୌରପରିଷଦ ସ୍ୱଚ୍ଛସାଥୀ, ମିଶନଶକ୍ତି, ଅଙ୍ଗନାୱାଡ଼ି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆତଙ୍କବାଦୀଙ୍କ ଗୁଳିରେ ପହଲଗାମ ଠାରେ ଭାରତର ୨୬ଜଣ ମୃତ୍ୟୁ ବରଣ କରିବାପରେ ପାକିସ୍ତାନ ଓ ଭାରତ ମଧ୍ୟମରେ ମୁହାଁ ମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । ଭାରତର ତିନି ସେନାବାହିନୀର ବୀରତ୍ୱ ଓ ପରାକ୍ରମ ସାରା ବିଶ୍ୱ ଦେଖିଲା ତେଣୁ ଏହାକୁ ନେଇ ସାରା ଭାରତ ଅପରେଶନ ସିନ୍ଦୁରର ସଫଳତା ଉପରେ ତ୍ରିିରଙ୍ଗା ଶୋଭାଯାତ୍ରା କରୁଥିବା ବେଳେ ଆଜି ଏହା ତାଳଚେର ମଧ୍ୟ ଦେଖିବାକୁ ମିଳିଛି ।



