ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଜନମୁଖୀ ଜାଗୃକତା କାର୍ଯ୍ୟକ୍ରମ ସହିତ ଜାତୀୟ ଡେଙ୍ଗୁ ଦିବସ 2025 ପାଳନ

ମେରାମଣ୍ଡଳୀ, 16 ମଇ 2025 – ଡେଙ୍ଗୁ ଜ୍ୱର ବିରୁଦ୍ଧରେ ଏକ ପ୍ରକ୍ରିୟାଶୀଳ ପଦକ୍ଷେପ ରୂପେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (TSF) ଜାତୀୟ ଡେଙ୍ଗୁ ଦିବସ ଅବସରରେ “ଜଲଦି କାର୍ଯ୍ୟନୁଷ୍ଠାନ ନିଅନ୍ତୁ , ଡେଙ୍ଗୁ ପ୍ରତିରୋଧ କରନ୍ତୁ: ପାରିଷ୍କାର ପରିବେଶ, ସ୍ୱସ୍ଥ ଜୀବନ” ବିଷୟବସ୍ତୁକୁ କେନ୍ଦ୍ର କରି ଅନେକ ଅଞ୍ଚଳରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି. ଏହି ପଦକ୍ଷେପ ଖଲିବେରଣା ଗୋଷ୍ଠୀ କେନ୍ଦ୍ର, ନୂଆଗାଁ, କାଣ୍ଡବିନ୍ଧା ଉପକେନ୍ଦ୍ର ଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଠାରେ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଡେଙ୍ଗୁ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ମଶା ଜନ୍ମିତ ପ୍ରଜନନ ସ୍ଥଳ ହଟାଇବା ପାଇଁ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ।ଟି ଏସ ଏଫ ଦ୍ୱାରା ଏହି ଅଭିଯାନକୁ ସଫଳ କରିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହିତ ମିଶିକରି କାମ କରିଛି। ମୋବାଇଲ ପବ୍ଲିକ ହେଲଥ ୟୁନିଟ ଟିମ୍, ଆଶା ଏବଂ ଏ.ଏନ.ଏମ କର୍ମଚାରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଆଲୋଚନା ଦ୍ୱାରା ଡେଙ୍ଗୁ ପ୍ରତିରୋଧ ଉପରେ ଗଭୀର ଆଲୋକପାତ କରାଯାଇଛି ।ସ୍ଥାନୀୟ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏଥିରେ ଖଲିବେରଣା ଗ୍ରାମ, ନୂଆଗାଁର ଜନ ପ୍ରତିନିଧି, ଆଶା କର୍ମଚାରୀ ଓ ସାଥୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଚେତନତା ପଦ ଯାତ୍ରା , ଯାହାକୁ ଓଡାପଡା ମେଡିକାଲର ମଲ୍ଟି ପରପସ ହେଲଥ ସୁପର ଭାଇଜର ଅମରେନ୍ଦ୍ର ନନ୍ଦ ନେତୃତ୍ୱ ଦେଇଥିଲେ, ଓ ସମସ୍ତଙ୍କ ଭାଗିଦାରିକୁ ଉତ୍ସାହିତ କରିଥିଲେ। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ତରଫରୁ ଏହି ଭଳି ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଲୋକ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ଦୃଢ଼ ପ୍ରତିବଦ୍ଧ ।




