୨୮ ଜୁନ୍ରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଗର୍ଭଗୃହ ଓ ରତ୍ନଭଣ୍ଡାର ମରାମତି ନେଇ ବୈଠକ ପରେ ଦେଲେ ସୂଚନା । ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି ହେବ’ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ, କେବଳ ଚଟାଣ କାମ ବାକି’ ।
ନାଟମଣ୍ଡପ, ଜଗମୋହନ ମରାମତି କାମ ମଧ୍ୟ କରାଯିବ’ । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି । ଷ୍ଟ୍ରକଚରାଲ୍ ସେଫ୍ଟିକୁ ଗୁରୁତ୍ବ ସହ ଶୀତତାପ ବ୍ୟବସ୍ଥା କରାଯିବ’ ।
ଏଥିପାଇଁ ASIର ଅନୁମୋଦନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ’ । ଶ୍ରୀମନ୍ଦିର ଟେକ୍ନିକାଲ କାମିଟି, ASI ମିଳିତ ଭାବେ ସବୁ ତଦାରଖ କରିବେ ।’



