ତାଳଚେର ରେନ ବୋ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର

Date-20/05/25 – ତାଳଚେର – ଦୁର୍ଯ୍ୟୋଧନ ପ୍ରଧାନ – ଆଜି ତାଳଚେର ହାତତୋଟା ସ୍ଥିତ ରେନବୋ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା କ୍ଳବ ଠାରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ରକ୍ତଦାନ କରୁଥିବା ବ୍ୟକ୍ତି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ପ୍ରତ୍ୟକ ବର୍ଷ ଗ୍ରୀଷ୍ମ ଋତୁରେ ଡାକ୍ତଖାନା ଗୁଡିକରେ ରକ୍ତ ଅଭାବ ଦେଖି ରେନବୋ କ୍ଳବ ପକ୍ଷରୁ ସ୍ବେଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିବାରୁ କ୍ଲବର ସମସ୍ତ ସଦସ୍ୟ କୁ ପ୍ରଶଂସା କରିଥିଲେ। ଏହି ଭଳି କାର୍ଯ୍ୟ ଯୁବସମାଜ ପାଇଁ ପ୍ରେରଣ ଉତ୍ସ ହେବା ସହ ବୋଲି ଶ୍ରୀ ଜେନା କହିଥିଲେ ।ପରିଶେଷରେ କ୍ଲବ ପରିସରରେ ଶ୍ରୀ ଜେନା ଓ କ୍ଲବ ର ଆଡ଼ଭାଇଜର ଓ କ୍ଲବର ସମସ୍ତ ସଦସ୍ୟ ମିଶି ବୃକ୍ଷ ରୋପଣ କରିଥିଲେ। ଏହି ପ୍ରୋଗ୍ରାମ ରେ ତାଳଚେର ରକ୍ତଭଣ୍ଡାର ଅଧୂକାରୀ ଡଃ ବିନୟ ପାଢ଼ି,ବଳରାମ ପତି ,କୁମୁଦ ସାହୁ, ରାଜକିଶୋର ପ୍ରଧାନ, ଗୋପାଳ ଚନ୍ଦ୍ର ବେହେରା, ଚନ୍ଦ୍ରମଣି ନାୟକ,କ୍ଲବ ସଭାପତି ଶୈଳେନ୍ଦ୍ର ସିଂ,କ୍ଲବ ଆଡ଼ଭାଇଜର ଦେବେନ୍ଦ୍ର ସିଂ, ୭୩ତମ ରକ୍ତଦାନ କରିଥିବା ଶିକ୍ଷକ ସାନ୍ତୁନ ସାହୁ ଓ ରେନବୋ କ୍ଲବର ସମସ୍ତ ସଦସ୍ୟ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।



