ନୂଆଦିଲ୍ଲୀ : ‘ହେରା ଫେରୀ ୩’ଫିଲ୍ମକୁ ନେଇ ମୁହଁ ଖୋଲିଲେ ବଲିଉଡର ଚର୍ଚ୍ଚିତ ପୁରୁଣା କମେଡି ଆକ୍ଟର ପରେଶ ରାୱଲ । ପରେଶ ରାୱଲଙ୍କୁ ଫିଲ୍ମରେ କାମ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ପରେ ବାବୁ ରାଓଙ୍କ ଫ୍ୟାନ୍ସଙ୍କ ମନ ମଉଳି ଯାଇଛି ।
ରିପୋର୍ଟ ଅନୁଯାୟୀ, ପରେଶ ରାୱଲ ‘ହେରା ଫେରୀ ୩’ଫିଲ୍ମରୁ ବାହାରିଥିବା କଥାକୁ ଚର୍ଚ୍ଚା ଉଠିଥିଲା ।
ପରେ ତାଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ ସମ୍ମତି ଦେଇଥିଲେ । ଏହି ମାମଲାରେ ତାଙ୍କର ସ୍ପଷ୍ଟୀକରଣ ଦେଇଛନ୍ତି ।ଅନ୍ୟପଟେ Xରେ ପୋଷ୍ଟ କରି କହିଛନ୍ତି ଯେ, ତାଙ୍କୁ ଏହି ଫିଲ୍ମରୁ କେହି ବାହାର କରି ନାହାଁନ୍ତି । ବରଂ ସେ ନିଜ ଇଚ୍ଛାରେ ଫିଲ୍ମ ଛାଡିଛନ୍ତି । ଏହି ଫିଲ୍ମ ପାଇଁ କୌଣସି ମତଭେଦ ମଧ୍ୟ ହୋଇନାହିଁ । ଡାଇରେକ୍ଟରଙ୍କ ପ୍ରତି ତାଙ୍କର ସମ୍ମାନ, ଭଲପାଇବା ଏବଂ ବିଶ୍ବାସ ମଧ୍ୟ ରହିଛି ।ଏପଟେ ଶ୍ୟାମ ଏବଂ ବାବୁ ରାଓଙ୍କ ବିନା ଏହି ଫିଲ୍ମଟି ଅସମ୍ପୂର୍ଣ୍ଣ ବୋଲି ଅଭିନେତା ସୁନୀଲ ସେଟ୍ଟୀ ଏକ ଇଣ୍ଟରଭ୍ୟୁରେ କହିଥିଲେ । ଏହି ଚରିତ୍ରଗୁଡିକୁ ଯଦି ଫିଲ୍ମରୁ ହଟାଇ ଦିଆଯାଏ ତେବେ ଏହାକୁ କେହି ପସନ୍ଦ କରିବେ ନାହିଁ । ହେରା ଫେରୀ ଫିଲ୍ମ ଖୁବ ଲୋକପ୍ରିୟତା ହାସଲ କରିଥିଲା । ତେଣୁ ବର୍ତ୍ତମାନ ଫ୍ୟାନ୍ସ ଉତ୍ସାହର ସହିତ ଏହାର ୩ୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ପରେଶ ରାୱଲଙ୍କ ଫିଲ୍ମରୁ ବିଦାୟ ପ୍ରଶଂସକମାନଙ୍କୁ ଆଘାତ କରିବ ।



