ତାଳଚେରରେ ରୋଗୀଦେଖା ସହ ପାଠପଢ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବୀପତ୍ର ପ୍ରଦାନ
ତାଳଚେର, ୨୦/୦୫ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ୍ କଲେଜ୍ ରେ ଚଳିତ ବର୍ଷ ପ୍ରଥମବର୍ଷ ଏମ୍.ବି.ବି.ଏସ୍. ଛାତ୍ରଛାତ୍ରୀଙ୍କର ନାମଲେଖା ସହ ପାଠପଢ଼ା ଏବଂ ଅଂଚଳର ସ୍ୱାସ୍ଥ୍ୟସେବା ନିମନ୍ତେ ରୋଗୀ ଦେଖା ପାଇଁ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଟାନ କମିଟି ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ କ୍ରିୟାନୁଷ୍ଠାନ କମିଟିର ସଭାପତି ପଦ୍ମ ଚରଣ ସାମଲ, ସଂପାଦକ ବିଜୟ ପ୍ରଧାନ, ଉପଦେଷ୍ଟା ସୁରେଶ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ପରିଷଦ ରୀତା ଦାସ ଓ ସଦସ୍ୟ ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।



