ଗ୍ରାମ ମଧ୍ୟରେ ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରିଲେ ଗ୍ରାମବାସୀ ଓ ସପକ୍ଷରେ କିଛି ଅଞ୍ଚଳବାସୀ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ତଥା କାରାଖେଣ୍ଡରା ପଞ୍ଚାୟତ ସମିତି ସ୍ଥିତ ବଡ଼ବିଲ ଥାନା ଅନ୍ତର୍ଗତ କୋଲ୍ଲ ବରପଦା ଗ୍ରାମ ମଧ୍ୟରେ ମେସର୍ସ ଦୁବେ ବ୍ରଦର୍ଷ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ପକ୍ଷରୁ ବାର୍ଷିକ 0.15 ନିୟୁତ ଟନ୍ ବିଶିଷ୍ଟ ବେନିଫେକ୍ସେରି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପରିବେଷିୟ ସମ୍ବର୍ଦ୍ଧିତ ଜନ ଶୁଣାଣୀ ଆୟୋଜିତ ହୋଇଥିବା ବେଳେ , କିଛି ସପକ୍ଷବାଦି ଓ ଆଞ୍ଚଳିକ ପ୍ରଶାସନ କୁ ନେଇ ଏହି ଜନ ଶୁଣାଣୀ କୁ ସଫଳ କରିବାକୁ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳିଥିଲା। ଯାହାକି ଅଞ୍ଚଳ ବାସିନ୍ଦା ମାନଙ୍କ ଅଭିଯୋଗ ବିଗତ ଦିନରେ ଏହାର ଆଖପାଖରେ ଦୁଇ ଦୁଇଟି ପ୍ଲାଣ୍ଟ ଆରିୟା ଷ୍ଟିଲ ଓ PTCL କମ୍ପାନୀ ପ୍ରତିଷ୍ଠା ହୋଇଥିବା ବେଳେ ଅଞ୍ଚଳ ବାସିନ୍ଦା ମାନଙ୍କୁ କୌଣସି ପ୍ରକାରର ସୁଫଳ ମିଳିନଥିବା ଅଭିଯୋଗ ହୁଏ। ଏବଂ ଏହି ଗ୍ରାମ ମଧ୍ୟରେ ଦୁବେ ବ୍ରଦର୍ସ ଦ୍ବାରା ନିର୍ମାଣ କରିବାକୁ ଯାଉଥିବା ପ୍ଲାଣ୍ଟ ବଳରେ ଗ୍ରାମବାସୀ ଓ ନଦୀନାଳ ସମ୍ପୂର୍ଣ୍ଣ ପ୍ରଭାବିତ ହେବାସହ ବାୟୁ ମଣ୍ଡଳ ନଦୀ ନାଳ ପ୍ରଦୂଷିତ ହେବାସହ ଅଞ୍ଚଳ ବାସିନ୍ଦା ଓ ଜୀବଜନ୍ତୁ ବିଶେଷ ଭାବରେ ପ୍ରଭାବିତ ହେବ ଓ ଟ୍ରାଫିକ ସମସ୍ୟା ଗୁରୁତର ହେବାର ଆଶଙ୍କା ଓ ଭୟ ସୃଷ୍ଟି ହୋଇଛି। ଶୁଣନ୍ତୁ କଣ ରହିଛି ଅଭିଯୋଗ ଅଞ୍ଚଳ ବାସିନ୍ଦା ମାନଙ୍କର।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




