ଭୂବନେଶ୍ବର: ନୂଆ ଢ଼ାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲ୍ଡିଂର ରୂପରେଖ ବଦଳାଯିବା ନେଇ ବିଚାର ଚାଲିଥିବା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ ‘ଓଡ଼ିଶା ମଣ୍ଡପ’ ନିର୍ମାଣ ପାଇଁ ସରକାର ପରିକଳ୍ପନା କରିଛନ୍ତି।
ରବିବାର ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ମନ୍ତ୍ରୀ କହିଛନ୍ତି, ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି। ଏଥିରେ ୧୦ ହଜାର ଲୋକ ବସିବାର କ୍ଷମତା ରହିବ।ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି। ସମୟ ସୀମା ଭିତରେ ସବୁ ବିଲଡିଂ କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ।



