ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ଅନ୍ତିମ ଦିବସସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମରୋହର ୯ଦିନ ଧରି ଭଜନ ସଂଧ୍ୟା ଚାଲିଆସୁଥିବାବେଳେ ଆଜି ଅନ୍ତିମ ଦିବସ ସକାଳ ୧୦ ଘଟିରେ ଉଦ୍ଘାଟିତ ହୋଇଯାଇଅଛି । ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କଳା ଓ ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଶତ୍ରୁଘନ ମାଟି ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଭଜନ କାର୍ଯ୍ୟକ୍ରମଟି ବାଜିଚୌକି ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ସ୍ୱର୍ଗତ ରଘୁନାଥ ଦଳେଇ ଓ ପୂର୍ବତନ ପୌରାଧକ୍ଷା ସ୍ୱର୍ଗତ କୁନ୍ତଳା ଦଲେଇଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା । ଢେଙ୍କାନାଳ ଭକ୍ତିଶ୍ରଦ୍ଧା ଭଜନ ଅନୁଷ୍ଠାନ ତରଫରୁ ଘୋଷକ ଓ କଣ୍ଠଶିଳୀ ପ୍ରଦୀପ କୁମାର, କୁମାର ମିଶ୍ର, ଅନେକ ଶ୍ରୋତା ଓ ପ୍ରୀତି ସ୍ଵରୂପା ପ୍ରମୁଖ କଣ୍ଠଶିଳ୍ପୀଙ୍କ ଭଜନରେ ସ୍ରୋତାମାନେ ବିଭୋର ହୋଇଥିଲେ । ଅର୍ଗାନ୍ରେ ହରି ପ୍ରସାଦ ଓ ରୁଦ୍ର ନାରାୟଣ, ତାବଲାରେ ଟି. ପ୍ରଦୀପ କୁମାର, ଢୋଲକରେ ସୁମନ କୁମାର ଓ ପ୍ୟାଜ୍ରେ ଭାନୁ ପ୍ରତାପ ପ୍ରମୁଖ ସହଯୋଗ କରିଥିଲେ । କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ସ୍ଵରୂପା ନନ୍ଦ ଦାସ, କମଳ ନନ୍ଦ, ଭାଗି ସାହୁ, ସଂଗ୍ରାମ କେଶରୀ ପାଣି, ଉପଦେଷ୍ଟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସନ୍ତୋଷ କୁମାର ଦଳେଇ, କୃଷ୍ଣକୁମାର ସାହୁ, ରାଜୁନ୍ ଖାଁ, ଅକ୍କ୍ତର ମହମ୍ମଦ, ବଳରାମ ଭଟ୍ଟ, ଅନିଲ୍ ସେଠୀ, ବଂଶୀଧର ସେଠୀ, ବଳରାମ ନାୟକଙ୍କ ସମେତ ବାଜିଚୌକ ଅଂଚଳର ଯୁବଗୋଷ୍ଠୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅବନୀ ମିଶ୍ର ସଭା ମଂଚକୁ ସଂଚାଳନ କରିଥିବାବେଳେ ସଂପାଦକ ସାଗୀର ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ ।

April 29, 2026/
No Comments


