ବୁଢାପଙ୍କ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରରେ ଗୁରୁପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ

ଅନୁଗୋଳ – ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ବୁଢାପଙ୍କ ସ୍ଥିତ ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିରରେ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି। ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଗୁରୁ ଶିଷ୍ୟ ବିଷୟରେ ସବୁ ବରିଷ୍ଠ ଗୁରୁ ଭାଇ ପଙ୍କଜ ଭାଇ ଓ ଅନ୍ୟ ଗୁରୁଭାଇ ଭଉଣୀ ମାନେ ଗୁରୁ ପୁର୍ଣିମା ବା ବ୍ୟାସ ପୂର୍ଣ୍ଣିମା ବିଷୟରେ ଆଲୋଚନା କରିଥଲେ। ସନ୍ଧ୍ୟା ୬ ଟା ସମୟର ଜ୍ଞାନ ମନ୍ଦିରରେ ସ୍ଵଂୟ ସିଦ୍ଧ ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କୁ ପୁଜା କରଯାଇଥିଲା। ଏହି ଅବସରରେ ଗୁରୁ ବନ୍ଦନା ସହ ଭଜନ କୀର୍ତ୍ତନ କରଯାଇଥିଲା। ଶେଷରେ ସମସ୍ତ ଗୁରୁ ଭାଇ ଓ ଭଉଣୀ ମାନେ ପ୍ରସାଦ ସେବନ କରିଥିଲେ ଓ ଗୁରୁପୂର୍ଣ୍ଣିମା କାର୍ଯ୍ୟକ୍ରମକୁ ବିରାମ ଦେଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

