
ଅଦ୍ୟ ତା 11.7.25 ରିଖ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଓଡିଶା ତଥା ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନ ଢେଙ୍କାନାଳ ଶାଖା ତରଫରୁ ଆଜି ଜନ ସଂଖ୍ୟା ନିୟଂତ୍ରଣ ଦିବସରେ ଦେଶରେ ସବୁ ନାଗରିକ ମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ ସହିତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ନାଗରିକ ମାନଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଅତରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠିଙ୍କୁ ଦାବିପତ୍ର ପ୍ରଦାନ କରାଗଲା ଏବଂ ସାମ୍ବାଦିକ ସମିଳନୀ ରେ ସଭାପତି କଲ୍ୟାଣ କାନୁନଗୋ ଓ ରାଷ୍ଟ୍ରୀୟ କାର୍ଯକାରିଣୀ ସଦସ୍ୟ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ ଭାରତୀୟ ସମ୍ବିଧାନର ଧାରା 44 କୁ ସ୍ପଷ୍ଟ ଅବମାନନା ବୋଲି ଆଲୋକ ପାତ କରି ଯଥାଶୀଘ୍ର ଏହାକୁ ଉଛେଦ କରି ଗୋଟିଏ ଦେଶ ଗୋଟିଏ ଆଇନ ପ୍ରଚଳନ କରିବାକୁ ଦାବି କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମନମୋହନ ତ୍ରିପାଠୀ, ଆଶୁତୋଷ ପଟ୍ଟନାୟକ, ନରେନ୍ଦ୍ରନାଥ ସାହୁ, ଅବିନାଶ ପଟ୍ଟନାୟକ, ଶରତ କୁମାର ଷଡ଼ଙ୍ଗୀ, ସଚ୍ଚିଦାନନ୍ଦ ସିଂହ, ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର, ପ୍ରକାଶ କୁମାର ଦାଶ, ରବିନାରାୟଣ ମହାନ୍ତି, ରାମ ଚନ୍ଦ୍ର ଦେବତା, ପ୍ରଭାକର ରାଉତ, ପ୍ରମୋଦ କୁମାର ପରିଡା, ଭାସ୍କର ଚନ୍ଦ୍ର ନାୟକ, ଶ୍ରୀମତୀ ପ୍ରଭାତୀ ମହାପାତ୍ର ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ସମର୍ଥନ କରିଥିଲେ



