ଚୋରି ଘଟଣାରେ ୪ଗିରଫ
ତାଳଚେର, ୧୨/୦୭ ଗତ ୨୮/୦୫/୨୦୨୫ରିଖ ବିଳମ୍ବିତ ରାତ୍ରୀ ସମୟରେ ତାଳଚେର ହାଟତୋଟା ନବମିଶ୍ର କଲୋନୀ ଠାରେ ଥିବା ଗୟତ୍ରୀ ମନ୍ଦିର ଭିତରେ ପଶି ଦୃର୍ବୁତମାନେ ମନ୍ଦିର ଭିତରେ ଥିବା ଦାନବାକ୍ସ ଓ ଠାକୁରଙ୍କ ରୂପା ନିର୍ମିତ ଆଖିକୁ ଚୋରି କରି ନେଇଯାଇଥିଲେ । ସେହି କଲୋନୀର ଅଶୋକ ବର୍ମାଙ୍କର ଅଭିଯୋଗ ଆଧାର ଅନୁସାରେ ପୋଲିସ୍ ଉକ୍ତ ଘଟଣାର ତଦନ୍ତକରି ତାଳଚେର ଅଙ୍ଗାରୁଆ ୱାର୍ଡ଼ ନଂ- ୨୦ ସଞ୍ଜୟ କିଶାନ (୨୪), ଅନିଲ ଗୌଡ଼ (୨୦) ଦୁଃଖୀରାମ ମୁର୍ମୁ (୨୦) ଓ ଏଥିରେ ଦୁଇଜଣ ସଶ୍ଳିଷ୍ଠ ନାବାଳ ପଚରାଉଚରା କରିବାରୁର ସେ ଚୋରି କରିଛନ୍ତି ବୋଲି ରାଜି ହୋଇଥିଲେ । ତାଙ୍କ ଠାରୁ ଗୋଟିଏ ଲୁହାରଡ଼, ୫ଗୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୋଲିସ୍ ପକ୍ଷରୁ ଜଣାପଡ଼ିଛି । ତେବେ ଚୋରି ହୋଇଥିବା କୌଣସି ସାମଗ୍ରୀ ମିଳିଛି ନା ନାହିଁ ତାଉପରେ ପୋଲିସ୍ କୌଣସି ସୂଚନା ପ୍ରଦାନ କରିନାହିଁ । ଏହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜୁଛି ।



