ସ୍ବଛ ଭାରତ ମିଶନରେ ନାଲକୋ ନଗର ବିଫଳ

ରୋଗକୁ ହାତଠାରି ଡାକୁଛି ନବରତ୍ନ କମ୍ପାନୀ ନାଲକୋ୧୨ ଦିନ ଧରି ନାଲକୋ ନଗରରେ ସଫେଇ ବନ୍ଦ ସାଇନ୍ ବୋର୍ଡ ଓ କାନ୍ଥରେ ରହିଯାଇଛି ନାଲକୋ ସ୍ୱଚ୍ଛ ଭାରତ ମିଶ
ନନାଲକୋର ଆପାରଗତା ଯୋଗୁ ୧୨୦ ପରିବାର ଉପାସରେ
ଅନୁଗୋଳ: ଆଦିକୁ ୧୨ ଦିନ ଧରି ନାଲକୋ ନଗରରେ ସଫେଇ କାର୍ଯ୍ୟ ବନ୍ଦ ଥିବାରୁ କଲୋନି ବାସୀ ଅତିଷ୍ଠ ହୋଇପଡିଲେଣି।ଗତ ୧ ତାରିଖ ଠାରୁ ସଫେଇ ଠିକା ସଂସ୍ଥାର କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ସଫେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଯାହାଫଳରେ ସବୁଜ ସୁନ୍ଦର ନାଲକୋ ନଗର ସମ୍ପୂର୍ଣ୍ଣ ରୂପେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।ରାଜ୍ୟରେ ହଇଜା କାୟା ମେଲାଇ ଥିବା ବେଳେ ବର୍ଷା ଦିନ ଯୋଗୁଁ ମ୍ୟାଲେରିଆ , ଡେଙ୍ଗୁ ଭଳି ବିଭିନ୍ନ ରୋଗ ହେଉଛି, ଠିକ୍ ଏହି ସମୟରେ କଲୋନୀ କୁ ସଫା ସୁତରା ନ ରଖିବା ଦ୍ଵାରା କଲୋନୀ ବାସୀ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ନାଲକୋ କୁ କିଭଳି ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ସୁସ୍ଥ ଓ ସ୍ଵାସ୍ଥ୍ୟକର ପରିବେଶ ଯୋଗାଇ ଦେବାକୁ ଏକ ନିର୍ଦ୍ଧିଷ୍ଟ ସାନିଟାରୀ ଅଫିସ ରହିଥିଲେ ମଧ୍ୟ ଟାଳଟୁଳ ନୀତି ଯୋଗୁ ଦୀର୍ଘ ୧୨ ଦିନରୁ ଅଧିକ ସମୟ ହେବ ଟେଣ୍ଡର ଜନିତ ସମସ୍ୟା ପାଇଁ ଏହି ବିଭାଗ ଦ୍ଵାରା କାର୍ଯ୍ୟ କରୁଥିବା ୧୨୦ ରୁ ଅଧିକ ସଫେଇ କର୍ମଚାରୀ ଙ୍କ କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି । ନାଲକୋ ନଗର ମଧ୍ୟରେ ଛକ, ବଜାର, ରାସ୍ତାଘାଟ, ସ୍କୁଲ ନିକଟ, ମନ୍ଦିର ଓ ପାର୍କ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଭରପୁର ଭର୍ତ୍ତି ହୋଇ ରହିବା ସହ ନାଳ ଗୁଡିକରେ ମଧ୍ୟଭର୍ତ୍ତି ହୋଇରହିଛି। ନାଳରୁ ନିର୍ଗତ ନାକ ଫଟା ଦୁର୍ଗନ୍ଧରେ ସ୍କୁଲ ଛାତ୍ରଛାତ୍ରୀ, ବ୍ୟବସାୟୀ, କର୍ମଚାରୀ ଅତିଷ୍ଠ ହୋଇପଡିଲେଣି ।କପୋରେଟିଭ ମାର୍କେଟ ସମ୍ମୁଖରେ ଥିବା ଫାଷ୍ଟଫୁଡ଼ ଦୋକାନୀକୁ ନାଲକୋ ବନ୍ଦ କରିଥିବାରୁ ସେଠାରେ ମଦୁଆ ଓ ଆସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଛି।ଗୋଟେ ଗୋଟେ ଜାଗାରେ ପାଇପ ଫାଟି ଅନବରତ ପାଣି ବହୁଛି । ଏ ସବୁର ସମାଧାନ ପାଇଁ ନାଲକୋର ବିଭିନ୍ନ ଶ୍ରମିକ ୟୁନିୟନ ବାରମ୍ବାର ନାଲକୋ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି, କିନ୍ତୁ ଉଚ୍ଚ କତ୍ତୃପକ୍ଷଙ୍କ ମନମାନି ଓ ତୃଟି ପାଇଁ ନାଲକୋ ନଗର ରେ ଆଜି ଏଭଳି ସଂଗିନୀ ପରିସ୍ଥିତି ସୃଷ୍ଟି ହୋଇଛି। ନାଲକୋ ସି.ଏମ.ଡି ଅନୁଗୋଳ ନାଲକୋ କାରଖାନା ପରିଦର୍ଶନରେ ଆସୁଥିବା ବେଳେ ସ୍ବଛତା ଓ ପରିମଳ ବ୍ୟବସ୍ଥାର ବିଫଳତା ଦୃଷ୍ଟିରେ ପଡ଼ୁ ନାହିଁ ନା ସି.ଏମ.ଡି ବିଭିନ୍ନ ଅଧିକାରୀ ମାନଙ୍କୁ ଖର୍ଚ୍ଚ କାଟ୍ କରିବା ପାଇଁ ଯେଉଁ ନିର୍ଦେଶ ଦେଇଥିଲେ ସେଥିପାଇଁ ଅଧିକାରୀ ମାନେ ଏଭଳି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ନାଲକୋ ଏମ୍ଲୋଇଜ ସଂଘ( ନେସ୍ )ର ସଭାପତି ନିର୍ମଳ ସାମଲ ପ୍ରକାଶ କରିଛନ୍ତି। ଖୁବ୍ ଶିଘ୍ର ଏହାର ସମାଧାନ କରା ନଗଲେ ଆଗକୁ ଆନ୍ଦୋଳନର ରୂପ ନେବ ବୋଲି ଶ୍ରୀ ସାମଲ ଗଣମାଧମକୁ କହିଛନ୍ତି।ଅନୁଗୋଳ ରୁ ସୁଧାକର ସାହୁ



