ଚମ୍ପୁଆ ସ୍କୁଲଛାତ୍ର ଆତ୍ମହତ୍ୟା ମାମଲାରେ ୪ଜଣଙ୍କୁ କୋର୍ଟଚାଲାଣ

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସ୍ଥିତ କେରଳା ଇଁରାଜୀ ମିଡିୟମ ସ୍କୁଲ ର ଦଶମ ଶ୍ରେଣୀ ଛାତ୍ର କ୍ରୀଷ୍ଣା ପ୍ରଧାନ ଗତ ୧୨ ତାରିଖରେ ହଷ୍ଟେଲ ୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲା।ଏହି ଘଟଣାକୁ କେନ୍ଦ୍ରକରି ମୃତ ଛାତ୍ରଙ୍କ ତରଫରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ପୁଅକୁ ସ୍କୁଲ କର୍ତ୍ତୁପକ୍ଷ ହତ୍ୟା କରିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ ତଦନ୍ତକୁ ଯୋରଦାର କରିଥିବାବେଳେ ଆଜି ବିଦ୍ୟାଳୟର କର୍ମଚାରୀ ଦୈତାରୀ ସାହୁ ସହିତ ଶିଶି ଶେଖର ଝା, ପ୍ରକାଶନ ଟି, ଓ ସୁରେନ୍ଦ୍ରନାଥ ମିଶ୍ରଙ୍କୁ ଚମ୍ପୁଆ ପୋଲିସ ଏକ ମାମଲା ରୁଜୁ କରିବା ସହ କେlର୍ଟ ଚାଲାଣ କରିଛିl ତେବେ ଚମ୍ପୁଆ ଏସଡିଜେଏମ ଙ୍କ କୋର୍ଟରେ ତାଙ୍କ ମାମଲା ଖାରଜ ହେବାରୁ ତାଙ୍କୁ ଚମ୍ପୁଆ ସବଜେଲକୁ ପଠାଇ ଦିଆ ଯାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



