ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଣ୍ଟନ

ଆଜି ତା – ୨୨.୦୭.୨୦୨୫ ରିଖ ମଙ୍ଗଳ ବାର ଦିନ ଗନ୍ଦିଆ ବ୍ଲକ୍ ର ଲାଉଲଇ ସ୍ଥିତ “ପ୍ରିୟ” ସ୍ବେଚ୍ଛାସେବୀ ସଂଗଠନ ର ପରିସର ରେ ନେସନାଲ ଟ୍ରଷ୍ଟ , ନୂଆ ଦିଲ୍ଲୀ , ଆଲିମ୍ କୋ ଭୁବନେଶ୍ୱର ଓ ପ୍ରିୟ ର ମିଲିତାନୁକୁଲ୍ୟ ରେ ୪୫ ଜଣ ଦିବ୍ୟାଙ୍ଗ ମାନଙ୍କୁ ଏଲେକ୍ଟ୍ରି ବ୍ୟାଟେରୀ ସାଇକଲ, ଟ୍ରାଇ ସାଇକଲ, ୱିଲ୍ ଚେୟାର, ଶ୍ରବଣ ଯନ୍ତ୍ର, ଆଶା ବାଡି ବଣ୍ଟନ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ, ଆଲିମ୍ କୋ ର ମନୋରଞ୍ଜନ ଓଝା ଓ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଉପସ୍ଥିତ ରହି ବଣ୍ଟନ କରିଥିଲେ। ଏହାକୁ ପ୍ରିୟ ର ସମସ୍ତ କର୍ମକର୍ତ୍ତା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣା ଧଳ,ସୋନାଲି ଧଳ, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ବର୍ଷା ରାଣୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ନାୟକ, ସାହିଲ୍ ଆଫ୍ରିଡ୍, ସତ୍ୟପ୍ରକାଶ ନାୟକ, ବୈକୁଣ୍ଠ ନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ, ପ୍ରକାଶ ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁପରିଚାଳନା କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

