ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ ।
ନୃସିଂହନାଥଠାରୁ ୫ କି.ମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ଯାଇଥିଲେ ।ବରଗଡ଼ ଜିଲା ପାଇକମାଳ ନୃସିଂହ ନାଥ ପୀଠକୁ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ନୃସିଂହନାଥ ଜଙ୍ଗଲ ଉପରେ ଥିବା ଭୀମ ମଣ୍ଡୁଆ ନିକଟରେ ଫସି ରହିଥିଲେ ।
ପାଇକମାଳ ପୋଲିସ, ଜଙ୍ଗଲ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଳିମିଶି ଜଙ୍ଗଲକୁ ଯାଇଥିଲେ ସୁଦ୍ଧା ଭୀଷଣ ବର୍ଷାରେ ଉପରକୁ ଚଢିବା କଷ୍ଟକର ହେଉଛି ବୋଲି ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଉଦ୍ଧାରକାରୀ ଦଳ ମଧ୍ୟ ଅଧା ବାଟରେ ପ୍ରବଳ ବର୍ଷା ଯୋଗୁ ଜଙ୍ଗଲ ମଝିରେଅଟକିଛନ୍ତି । ତେବେ ଛତିଶଗଡ ଅଞ୍ଚଳର ୧୭ଜଣ ବୁଧବାର ନୃସିଂହନାଥ ମନ୍ଦିର ଆସି ପାହାଡ଼ ଚଢ଼ିଥିବା ଜଣାପଡ଼ିଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)