*ୱାକୋ ଇଣ୍ଡିଆ ନେସ୍ ନାଲ୍ କିକ୍ ବକ୍ସିଂ ଚମ୍ପିଆନ୍ ସିପ୍ ୨୦୨୫ ରେ ଢେ଼ଙ୍କାନାଳ କୁ ୮ ପଦକ*
ଛତିଶଗଡ଼ ରାଇପୁର ର ବଲ୍ ବିର୍ ସିଂ ଜୁନେଜା ଇଣ୍ଡୋର ଷ୍ଟାଡିୟମ୍ ରେ ଜୁଲାଇ ୧୬ ରୁ ୨୦ ୱାକୋ ଇଣ୍ଡିଆ ନେସ୍ ନାଲ୍ କିକ୍ ବକ୍ସିଂ ଚମ୍ପିଆନ୍ ସିପ୍ ୨୦୨୫ ସିନିଅର୍ ଓ ମାଷ୍ଟର ଅନୁଷ୍ଠିତ ହୋଇଥିଲା l ଏହି ଚମ୍ପିଆନ୍ ସିପ୍ ରେ ୱାକୋ ଓଡିଶା ରେ ୩୨ଟି ପଦକ ହାସଲ କରିଛନ୍ତି । ସେଥି ମଧ୍ୟରୁ ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ମୋଟ୍ ୮ ଟି ପଦକ ରୁ ଗୋଟିଏ ସ୍ଵର୍ଣ୍ଣ , ଗୋଟିଏ ରୌପ୍ୟ ଓ ୬ଟି କାଂସ୍ୟ (୪ଟି ବ୍ୟକ୍ତିଗତ ଭାବରେ ଓ ୨ଟି ଦଳଗତ ଭାବରେ) ହାସଲ କରିଛନ୍ତି। ବାଳିକା ବିଭାଗରେ ସ୍ମୃତି ଭୋଇ -୪୦କେଜି କିକ୍ ଲାଇଟ୍ ଫାଇଟ୍ ରେ ସ୍ଵର୍ଣ୍ଣ, ରୂପା ନାୟକ -୫୫କେଜି ଲାଇଟ୍ କଣ୍ଟାକ୍ଟ ରେ କାଂସ୍ୟ ପଦକ ,ମାନସୀ ସାହୁ ଏଚ୍. ଏସ୍ ମ୍ୟୁଜିକାଲ୍ ଏଭେଣ୍ଟ ରେ କାଂସ୍ୟ ପଦକ ସେହିପରି ବାଳକ ବିଭାଗରେ ସୋପେତି ବାଲାକ୍ରିଷ୍ଣା -୫୧କେଜି ଲାଇଟ୍ କଣ୍ଟାକ୍ଟ ରେ କାଂସ୍ୟ ପଦକ ,ଚନ୍ଦନ ସାହୁ -୬୩କେଜି ଲାଇଟ୍ କଣ୍ଟାକ୍ଟ ରେ ରୌପ୍ୟ ପଦକ, ସୌଭାଗ୍ୟ ରଞ୍ଜନ ବେହେରା -୬୯କେଜି ରେ କାଂସ୍ୟ ପଦକ ଏବଂ ବାଳିକା ଟିମ୍ ପଏଣ୍ଟ ଫାଇଟ ରେ (ଅରୁନ୍ଧତୀ ସାହୁ ,ମାନସୀ ସାହୁ,ରୂପା ନାୟକ,ରୋସ୍ନୀ ବେଗମ୍) ଓ ଟିମ୍ ମ୍ୟୁଜିକାଲ୍ ଇଭେଣ୍ଟ ରେ (ରୋସ୍ନୀ ବେଗମ୍, ମାନସୀ ସାହୁ) କାଂସ୍ୟ ପଦକ ହାସଲ କରିଛନ୍ତି ।ଏବଂ ମିହିର କୁମାର୍ ସାହୁ ଓଡ଼ିଶା ଟିମ୍ କୋଚ୍ ଭାବରେ ଦାୟିତ୍ୱ ତୁଲାଇଥିଲେ।ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, କ୍ରୀଡ଼ା ଅଧିକାରୀ ସୁଦୀପ୍ତ କୁମାର ସାହୁ,ଆମେଚୋର କିକ୍ ବକ୍ସିଂ ଆସୋସିଏସନ୍ ଅଫ ଓଡ଼ିଶା ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା ଏବଂ ସମସ୍ତ ସଦସ୍ୟ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା,ସମ୍ପାଦିକା କୀର୍ତ୍ତି ରାଣୀ ସାହୁ ,ଯୁଗ୍ମ ସମ୍ପାଦକ ବାପି ସାମଲ ,କୋଷାଧ୍ୟକ୍ଷ ଅରବିନ୍ଦ ବେହେରା ,ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।



