ଭୂବନେଶ୍ୱର, ୨୫/୦୭ : ଲାଞ୍ଚ କାରବାର ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଇଡି ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ହାଇକୋର୍ଟ ଆଜି ଜାମିନ୍ ପ୍ରଦାନ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ବୁଧବାର ଏହି ମାମଲା ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ହାଇକୋର୍ଟ କେତେକ ସର୍ତ୍ତ ଧାର୍ଯ୍ୟ କରି ଜାମିନ ପ୍ରଦାନ କରିଛନ୍ତି।୨୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲାବେଳେ ଇଡି ଅଧିକାରୀ ଶ୍ରୀ ରଘୁବଂଶୀଙ୍କୁ ଗତ ମେ’ ୩୦ତାରିଖରେ ସିବିଆଇ ଗିରଫ କରିଥିଲା ।
ଏହି ଘଟଣାରେ ନିୟମିତ ଜାମିନ୍ ଆବେଦନ କରି ଶ୍ରୀ ରଘୁବଂଶୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


