ଧଳା ଯହର କାରବାର ଅଭିଯୋଗରେ ଏକୋଇଶି ଅଭିଯୁକ୍ତ ଗିରଫ।

କେନ୍ଦୁଝର – ବ୍ରାଉନସୁଗାର କାରବାର ଅଭିଯୋଗରେ ୨୧ ଅଭିଯୁକ୍ତ ଗିରଫ । ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୨୧୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ୧୩ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ର ।ଅଭିଯୁକ୍ତଙ୍କ ମଧ୍ୟରେ କେତେକ ଘଷିପୁରା ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ କେତେକ ରାମଚନ୍ଦ୍ରପୁର, ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଭଦ୍ରକ ଅଞ୍ଚଳରୁ ଏମାନେ ବ୍ରାଉନସୁଗାର ଆଣି ଆନନ୍ଦପୁର ଅଞ୍ଚଳରେ ଦୀର୍ଘଦିନ ଧରି ବିକୁଥିଲେ । ଆନନ୍ଦପୁର ଉପଖଣ୍ଡରେ ବଢିଚାଲିଥିବା ବ୍ରାଉନସୁଗାର କାରବାରକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ତାକୁ ଆଧାର କରି ଆନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ କେତେଗୁଡିଏ ପୋଲସ ଟିମ୍ ଗଠନ କରି ଗତ ଦୁଇ ଦିନର ଚଢାଉ ପରେ ଏହି ସଫଳତା ମିଳିଥିବା ନେଇ ସୂଚନା। ତେବେ ଆଗକୁ ମଧ୍ୟ ପୋଲିସ ଚଢାଉ ଜାରି ରଖିଥିବା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

