Spread the love

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ଆଜି ଜଣେ ଦେବଦୁତସାଜି ସ୍ୱେଚ୍ଛାକୃତ ରକ୍ତଦାତା ମନୋରଞ୍ଜନ ସେଣ୍ଡ ଜଣେ ରୋଗୀଙ୍କୁ ବଞ୍ଚେଇବା ଉଦ୍ଧେଶ୍ୟରେ ଷାଠିଏ (୬୦) ନମ୍ବର ଥର ପାଇଁ ଅଗ୍ରୱାଲ ନର୍ସିଂ ହୋମ ଜୁନାଗଡ଼ ଠାରେ ରକ୍ତ ଦାନ କରିଛନ୍ତି । ତାଙ୍କ ଘର ବାଲେଶ୍ବର ହୋଇଥିବା ବେଳେ ସେ ୨୦୧୧ ମସିହା ଠାରୁ ଜୁନାଗଡ଼ ବ୍ରାହ୍ମଣୀଗୁଡ଼ା ହାଇସ୍କୁଲ ରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ତଥା ସେ ଜଣେ ଉକ୍ତ ବିଦ୍ୟାଳୟ ରେ ତାଲିମ ପ୍ରାପ୍ତ ଆସୋସିଏଟ୍ ଏନ୍.ସି.ସି ଅଫିସର୍, ସ୍କାଉଟ ମାଷ୍ଟର । ତାଙ୍କୁ ୧୯ ବର୍ଷ ବୟସ ହୋଇଥିବା ବେଳେ ୧୯୯୫ ଠାରୁ ରକ୍ତ ଦାନ କରୁଛନ୍ତି ବର୍ତ୍ତମାନ ତାଙ୍କ ବୟସ ୪୭ ହୋଇଥିବା ବେଳେ ସେ ୬୦ ନମ୍ବର ଥର ପାଇଁ ରକ୍ତଦାନ କରିବା ସହ ସେ ଏ ପର୍ଯ୍ୟନ୍ତ ଦୁଇଶହ ବୃକ୍ଷ ରୋପଣ କରି ବୃକ୍ଷ କୁ ବଞ୍ଚେଇ ଥିବା ମଧ୍ୟ ପ୍ରକାଶ କରିଛନ୍ତି । ଗତ କିଛି ବର୍ଷରୁ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ସହିତ ଜଡ଼ିତ ହୋଇ ୩ ମାସ କୁ ଥରେ ନିୟମିତ ଭାବେ ରକ୍ତଦାନ କରୁଥିବା ଓ ଆଜି ଷାଠିଏ ନମ୍ବର ଥର ପାଇଁ ରକ୍ତଦାନ କରିଥିବାରୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସଂଗଠନ ର ଜୁନାଗଡ ବ୍ଲକ ସଭାପତି ସ୍ୱାସ୍ତିଦୀପ ଆଦିତ୍ୟଙ୍କ ସହ ସଂଗଠନ ର କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସାହୁ ଏବଂ ଅଗ୍ରୱାଲ ନର୍ସିଂ ହୋମ ରକ୍ତ ଭଣ୍ଡାର କର୍ମକର୍ତ୍ତା ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ ….। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *