ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଯାଜପୁର – ବିଂଝାରପୁର ନିକଟସ୍ଥ ନମତରା ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଅଜୟ କୁମାର ଓଝା, ମୁଖ୍ୟ ବକ୍ତା ଭାବେ ବିକେବି ହାଇସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ଅନ୍ନଦା ପ୍ରସାଦ ରାଉତ, ଘନଶ୍ୟାମ ମହାକୁଡ଼, ରମାକାନ୍ତ ସାହୁ, ପ୍ରମୋଦ କୁମାର ବେହେରା,ଓଷ୍ଟାର ସମ୍ପାଦକ ଅରବିନ୍ଦ ନାୟକ, ସିଦ୍ଧେଶ୍ଵର ମଲ୍ଲିକ, ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ପରିଚୟ ଦେବେନ୍ଦ୍ର କୁମାର ସାହୁ କରିଥିଲେ। ଯେଉଁ ଚାରିଜଣ ସାର ଅବସର ଗ୍ରହଣ କଲେ ସେମାନେ ହେଲେ ପଣ୍ଡିତ ବଟକୃଷ୍ଣ ପଣ୍ଡା, ଚୈତନ୍ୟ ପୁହାଣ, ବାସୁଦେବ ସାମଲ,ପତିତ କୁମାର ପଣ୍ଡା,A —-1 grade ପାଇଥିବା ଛାତ୍ରୀ ଭାଗ୍ୟଲଖ୍ନି ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପ୍ରଥମେ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ସମ୍ବର୍ଧନା ପାଇଥିବା ଚାରିଜଣ ସାରଙ୍କୁ ଗାଡ଼ିରେ ବସାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା।ଯାହାକି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା। ଯାହାକୁ କହନ୍ତି ଗୁରୁବ୍ରହ୍ମା, ଗୁରୁବିଷ୍ଟୁ, ଗୁରୁ ମହେଶ୍ୱର। ସରପଞ କମଳିନୀ ଯେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।




