ପି ଏମ୍ କିଷାନ ସମ୍ମାନ ନିଧୀର ୨୦ ତମ କିସ୍ତି ପ୍ରଦାନ

ଅନୁଗୋଳ, ତା. ୦୨.୦୮:- ଆଜି ପୂର୍ବାହ୍ନରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରଣାସୀରୁ ଆଭାସି ମାଧ୍ୟମରେ ପି ଏମ୍ କିଷା ବିଷାନ ସମ୍ମାନ ନିଧିର ୨୦ ତମ କିସ୍ତି ଚାଷାମାନଙ୍କ ବ୍ୟାଙ୍କ ଖାତାକୁ ଡି ବି ଟି ମାଧ୍ୟମରେ ପ୍ରଦାନ କରିଛନ୍ତି । ଯାହାର ସିଧାପ୍ରସାରଣ ଭିଡିଓ କନଫରେନ୍ସି ଜରିଆରେ ଅନୁଗୋଳ ସଭାଘର ଠାଟେ )ରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦିୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଦିଲିପ କୁମାର ପ୍ରଧାନ, ମାନ୍ୟବର ତାଳଚେର ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାରେ ମୋଟ ୧ ଲକ୍ଷ ୨୬ ହଜାର ୩୦୭ ଜଣ ଜଣ ଚାଷୀମାନଙ୍କୁ ୫୦ କୋଟି ୨୬ ଲକ୍ଷ ୧୪ ହଜାର ଟଙ୍କା ପି ଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମକୁ ଅନୁଗୋଳର କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ କରାଯାଇଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଉମାଶଙ୍କର ମିଶ୍ର ପରିଚାଳନା କରିଥିଲେ ଓ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଡଃ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଭିଡିଓ କନଫରେନସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ବିଭିନ୍ନ ବ୍ଳକରୁ ପାଖାପାଖୂ ୪୦୦ ଜଣ ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


