ସନ୍ଥପଡ଼ା ବିବେକାନନ୍ଦ ବିଦ୍ୟାମନ୍ଦିରୁ ତାଲା ଭାଙ୍ଗି ଚୋରୀ ଉଦ୍ୟମ
ତାଳଚେର, ୦୧/୦୮ ତାଳଚେର ବ୍ଲକ ସନ୍ଥପଡ଼ା ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିରରୁ ଗତକାଲି ସନ୍ଧ୍ୟାରେ ରାତ୍ରୀ ଜଗୁଆଳୀ ଆସିବା ପୁର୍ବରୁ ଡ଼କାୟତିଦଳ ପାଚେରୀ ଡ଼େଇଁ ଭିତରକୁ ପଶି ସ୍କୁଲର ତାଲାଭାଙ୍ଗି ସମସ୍ତ ଚାବି ଓ ଆସବବା ପତ୍ର ଏବଂ କିଛି କାଗଜପତ୍ର ନେଇ ଫେରାର୍ ହୋଇଯାଇଛନ୍ତି ବୋଲି ଏନେଇ ବିଦ୍ୟାଳୟ କାର୍ଯ୍ୟକାରୀ ସଭାପତି ବିଜୟ ପ୍ରଧାନ, ଓ ସମ୍ପାଦକ ସହଦେବ ସାମଲ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଅଭିଯୋଗ ପାଇବାପରେ ତାଳଚେର ପୋଲିସ୍ ବିଦ୍ୟାଳୟକୁ ଆସି ତଦନ୍ତ ଆରମ୍ଭ କରିଦେଇଛି । ସୂଚନା ଯୋଗ୍ୟ, ବିଦ୍ୟାଳୟ ସମ୍ମୁଖ ରାସ୍ତାଦେଇ ଦୈନିକ ଶହଶହ ଲୋକ ଯାତାୟତ କରୁଛନ୍ତି, ଏଭଳି ଚୋରୀ ହେଲେ ସ୍ଥାନୀୟ ଲୋକ ଯାତାୟତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଏଥିନେଇ ପୋଲିସ୍ ପେଟ୍ରୋଲିଙ୍ଗ ଯୋରଦାର କରିବାକୁ ସ୍ଥାନୀୟ ସର୍ବସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।



