ଅତାବିରା କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ

ବରଗଡ:୩/୮(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ଏନ୍ ଏ ସି ସ୍ଥିତ କାଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତାବିରା କ୍ଳଷ୍ଟର ସ୍ତରୀୟ ଦ୍ଵିତୀୟ ମାସିକ ବୈଠକ ସି,ଆର ସି ସି ନୃପ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଭୋଇ ପ୍ରଶିକ୍ଷକ ଭାବେ ଉପସ୍ଥିତ ଥିବା ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ଚଳିତ ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର,ବହୁ ଶ୍ରେଣୀ ପାଇଁ ପରିଚାଳନା ଯୋଜନା,ଶିକ୍ଷକଙ୍କ ଗତିବିଧି ଯୋଜନା,ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷଣ,ସାମଗ୍ରିକ ପ୍ରଗତି ପତ୍ର ତଥା ଅନେକ ସମ୍ପର୍କ ଉପରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁବଳୟା ସେଠ୍ , ଅତାବିରା କ୍ଳଷ୍ଟ୍ ର ର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ୧୦ ଜଣ ଶିକ୍ଷକ/ ଶିକ୍ଷୟତ୍ରୀ ,ଏଫ୍ ଏଲ୍ ଏନ୍ ରୁ ୮ ଜଣ ଶିକ୍ଷକ/ ଶିକ୍ଷୟତ୍ରୀ ମୋଟ,୧୮ ଜଣ ଏଥିରେ ସାମିଲ ହୋଇ ତାଲିମ ନେଇଥିଲେ ।ପରିଶେଷରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମା ଶଙ୍କର ପ୍ରଧାନ ଧନ୍ୟବାଦ୍ ଦେଇଥିଲେ ।





