ଶେଷ ସୋମବାରରେ ବାବା ଜଟେଶ୍ୱରଙ୍କ ନିକଟରେ ଜଳାଭିଷେକ ପାଇଁ ଶୈବ ଭକ୍ତଙ୍କ ଭିଡ଼।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ପଞ୍ଚାୟତ ସୟାବାଲି ନିକଟସ୍ତ ଘଞ୍ଚ ବଣଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅଞ୍ଚଳରେ ବିରାଜ ମାନ କରିଛନ୍ତି ବାବା ଜଟେଶ୍ୱର୍ ଏବଂ ତାଙ୍କ ମନ୍ଦିରକୁ ଲାଗି ପାହାଡ଼ ଉପରୁ ତଳକୁ ବହିଆସିଥିବା ଝରଣା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଆକର୍ଷିତ କରିଥାଏ ଏହି ବାବା ଜଟେଶ୍ଵର୍ ଙ୍କ ନିକଟକୁ। ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବାବା ଜଟେଶ୍ଵର ଙ୍କ ନିକଟକୁ ଆସିଥିବା ଦେଖିବାକୁ ମିଳିଥିଲା ଓ ଅନେକ ସଂଘ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରାସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ବାବା ଜଟେଶ୍ୱର ଙ୍କ ନିକଟକୁ ଆସିବାକୁ ପାହାଡ଼ ମଧ୍ୟରେ ଥିବା ରାସ୍ତା ଓ ଝରଣା କୁ ଅତିକ୍ରମ କରିବାକୁ ପଡ଼ିଥାଏ, ଯାହାକି ଦେଖାଯାଏ ଏହି ରାସ୍ତାଟି ବିପଦ ମୁକ୍ତ ନୁହେଁ। ଯଦି ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ରାସ୍ତାଟିର ଆବଶ୍ୟକ ମରାମତି କରାଯାଇ ପାରନ୍ତା ବାବା ଯଟେଶ୍ୱର ଙ୍କ ପୀଠ କେନ୍ଦୁଝର ଜିଲ୍ଲାରେ ଅନ୍ୟତମ ଶୈବ ପୀଠ ଭାବେ ଉଭା ହେବା ସହ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ଲୋକଙ୍କ ମଧ୍ୟରେ ଆଦୃତ ହୋଇପାରନ୍ତା ସେଥିରେ ଦ୍ଵିମତ ନାହିଁ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



