ଭୁବନେଶ୍ଵର – ଓଡ଼ିଆ ଫିଲ୍ମ ଜଗତରେ “ଡେଲିଭରି ବୟ”ର ସଫଳତା ପରେ ଏକ ଅନନ୍ୟ ରୋମାଞ୍ଚକ କାହାଣୀ ଆଣିଛି “ଡେଲିଭରି ବୟ ୨”, ଏକ ଥ୍ରିଲର ଫିଲ୍ମ ଯାହା ଅନ୍ୟାୟ, ମିଡିଆ ହେରଫେର ଓ ଗଭୀର ରହସ୍ୟ ସହ ଦର୍ଶକଙ୍କ ମନ ଜିତିବ ।ତେବେ ଡେ଼ଲିଭରି ବୟ ୨ ର ଅଡିଓ ରିଲିଜ୍ ଏକ ଭବ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି l ଏହି ଅଡିଓ ରିଲିଜ୍ ଅବସରରେ ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ଚିରାଗଦୀପ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି,ଶ୍ରୀତମ ଦାସ, ଭୂପିନ୍ଦର ସିଂହ, ଶୈଳେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ଦାଶ ମହାପାତ୍ର, ଅଭିନେତ୍ରୀ ଅର୍ଚ୍ଚିତା, ଭୂମିକା ଦାଶ, ପ୍ରିୟମ୍ବଦା, ଅଭିନେତା ସନ୍ତୁ ନିଜେ, ବିତରକ ସଚ୍ଚିକାନ୍ତ ଜେନା, ନୃତ୍ୟ ନିର୍ଦ୍ଦେଶକ ଅମିତ ନାୟକ ପ୍ରମୁଖ ଯୋଗଦେଇଥିଲେ l



