ଢେ଼ଙ୍କାନାଳ ଯାଉଁଳି ପୋଖରୀ ମଠରେ ଝୁଲଣ ପର୍ବ ଆରମ୍ଭ
ଢେ଼ଙ୍କାନାଳ ଯାଉଁଳି ପୋଖରୀ ମଠରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ଝୁଲଣ ପର୍ବ ଆଜି ପୂତ୍ରଦା ଏକାଦଶୀ ଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଦିନ ଉଦଯାପନୀ କରାଯିବ । ପ୍ରତେକ ଦିନ ସନ୍ଧ୍ୟା ଆଳତି ପରେ ରଘୁନାଥ ଜୀଉ ଝୁଲଣ ବେଦୀ କୁ ବିଜେ କରାଯିଇ ସେଠାରେ ପୂଜା ଅର୍ଚ୍ଚନା କରାଯାଏ। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଏ ଓ ୧୦୮ ଆଳତି କରାଯାଏ । ମହନ୍ତ ବ୍ରହ୍ମା ନନ୍ଦ ଦାସ ଓ ପ୍ରଭୁ ପାଦ ଦାସ ଙ୍କ ତତ୍ତ୍ଵାବଧାନରେ ଏହି ଝୁଲଣ ପର୍ବ ପାଳନ କରାଯାଉଛି।



