ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ ଉଦ୍ଘାଟିତ
ଭୂବନେଶ୍ୱର: ଓଡ଼ିଶା ବିଧାନସଭାରେ ନୂଆ ୱେବସାଇଟ୍ର ଉଦ୍ଘାଟନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଓଡିଶା ସରକାର NICT ବିଭାଗ ଓ ଭାରତ ସରକାର NIC ର ବୈଷୟିକ ପରାମର୍ଶ ଦ୍ୱାରା ଏହି ୱେବସାଇଟ ପ୍ରସ୍ତୁତ ହୋଇଛି । ଅଧିକ ସ୍ୱଚ୍ଛ ଓ ଦକ୍ଷ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ ହେବ ବୋଲି ସେ ଏହି ଅବସରରେ କହିଛନ୍ତି ।
ସେ କହିଛନ୍ତି, ବିଧାନସଭାର କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଓ ସ୍ୱଚ୍ଛ କରିବାରେ ଏହା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ । ନାଗରିକମାନଙ୍କୁ ବିଧାନସଭା ବିଷୟରେ ସଠିକ ସୂଚନା ଦେବ । ୨୦୧୧ ପରଠାରୁ ଏହି ସାଇଟ୍ ଅପଡେଟ୍ ହୋଇନଥିଲା । ସୁଶାସନ ଓ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରମାଣ । ଏଥିରେ ବିଧାନସଭାର ସମସ୍ତ ସଦସ୍ୟଙ୍କ ତଥ୍ୟ ଉପଲବ୍ଧ ରହିବ । ଓଡିଶା ଲୋକଙ୍କ ସମ୍ପୃକ୍ତିକୁ ମଧ୍ୟ ପ୍ରତ୍ସାହିତ କରିବ । ଏହି ଉଦଘଟାନୀ ସମାରୋହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ବିଧାନସଭା ସଚିବ ମଧ୍ୟ ଉପସ୍ଥିତ ଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
