ସେଣ୍ଟ ଜାଭିୟର୍ସ ରେ ବାସ୍କେଟ ବଲ ମହାକୁମ୍ଭ ଉଦଯାପିତ

ସେଣ୍ଟ ଜାଭିୟର୍ସ ଭଚ୍ଚ ବିଦ୍ୟାଳୟ ସି.ବି.ଏସ ର ଦିଲ୍ଲୀ ତରଫରୁ ଲସାକାର ତୃତୀୟ ଥର ପାଇଁ ବାସ୍କେଟ ବଲ ସୁସ୍ୱର ର ଆୟୋଜନ କରିବାର ସୁଯୋଗ କୁ ଅତି ଶୃଙ୍ଖଳିତ ଭାବେ ପରିଚାଳିତ କରି ଆଜି ତାର ଉଦଯାପନୀ ଉତ୍ସବ କୁ ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ରେ ଅନୁଷ୍ଠିତ କରାଇଥିଲା । ଆୟୋଜକ ବିଦ୍ୟାଳୟ ର ଅଧକ୍ଷ ଡ ପ୍ରିୟଦର୍ଶୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କଟକ ର ସମ୍ମାନନୀୟ ମେୟର ଶ୍ରୀଯୁକ୍ତ ସୁବାସ ସିଂ” । ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଥିଲେ, ସି ବି. ଏସ ସି ନିରୀକ୍ଷକ ଶ୍ରୀ ମନିଶ କୁମାର ମାହତୋ, ସି ବି.ଏସ ସି ଟେକ୍ନିସିଆନ ଶ୍ରୀ ରାହୁଲ ଗୁପ୍ତା ଏବଂ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ସମୂହ ର ନିର୍ଦ୍ଦେଶକ ଡ଼ ପ୍ରଭୁ ଚରଣ ମହାନ୍ତି, କର୍ପୋରେଟ ମୁଖ୍ୟ ଶ୍ରୀ ସମାଜ ମହାନ୍ତି ଓ ସିବିଏସ ର ସହୋଦୟ ବିଦ୍ୟାଳୟ ଗୁଡିକ ର ଅଧକ୍ଷ ବୃନ୍ଦ ।ଆଜିର ଫାଇନାଲ ମ୍ୟାଚ ଗୁଡିକ ରେ ୧୯ ବର୍ଷ ରୁ କମ୍ ବାଳକ ବର୍ଗରେ ଛତିଶଗଡ଼ ର ଯୁଗାନ୍ତର ପବ୍ଲିକ ସ୍କୁଲ ଆୟୋଜକ ସେଣ୍ଟ ଜାଭିୟର୍ସ ହାଇସ୍କୁଲ କୁ ଲେଟି ଥିଲେ । ଏଥିରେ ଚମ୍ପିୟାନ ହେଲେ ଛତିଶଗଡ ର ଯୁଗାନ୍ତର ପବ୍ଲିକ ସ୍କୁଲ | ରନର୍ସ ଅପ୍ ହେଲେ ଆୟୋଜକ ସେଣ୍ଟ ଜାଭିୟର୍ସ ହାଇସ୍କୁଲ | ପରବର୍ତି ସ୍ଥାନରେ ରହିଲେ ମଦରସ ପବ୍ଲିକ ଓ ଦିବ୍ୟ ଆର୍ଥ ସ୍କୁଲ ୧୯ ବର୍ଷରୁ କମ ବାଳିକା ବର୍ଗ ରେ ଡ ଯେ ବି.ସିଂ ମିଓରିଆଲ ସ୍କୁଲ ଚମ୍ପିୟାନ ହୋଇଥିଲା ବେଳେ ସୁଶୀଳା ବିର୍ଲା ରନର୍ସ ଅପ୍ ହୋଇଥିଲେ । ପରବର୍ତି ସ୍ଥାନ ରେ ରହିଲେ ମଦରସ ପବ୍ଳିକ ଓ ଦିବ୍ୟ ଆର୍ଥ ସ୍କୁଲ ।୧୭ ବର୍ଷ ରୁ କମ ବାଳକ ବର୍ଗରେ ସାଇ ଇଣ୍ଟର ନ୍ୟାସନାଲ ବିକାଶ ଓ ଉନ୍ସେପଟ ସ୍କୁଲ କୁ ହରାଇ ଚମ୍ପିୟାନ ହେଲେ | ପରବର୍ତି ସ୍ଥାନ ରେ ରହିଲେ ପଶ୍ଚିମ ବଙ୍ଗର ଏନ ଏଚ୍ ଗୋଦେଇ ସ୍କୁଲ ଓ ଜ୍ଞାନ ବିକାଶ ଇଂଲିଶ ମିଡିୟମ ସ୍କୁଲ ।୧୭ ବର୍ଷ ରୁ କମ ବାଳିକା ବର୍ଗରେ ସାଇ ଇଣ୍ଟର୍ ନ୍ୟାସନାଲ କୁ ହରାଇ ଛତିଶଗଡ଼ ର ହିଁ ପି.ଏସ ରାଜ ନନ୍ଦ ପାଓ ଚମ୍ପିୟାନ ହୋଇଛନ୍ତି। ପରବର୍ତି ସ୍ଥାନ ରେ ରହିଲେ ହୋଲି କ୍ରସ ସ୍କୁଲ ଓ ଛତିଶଗଡ଼ର କ୍ରିଷ୍ଣା ପବ୍ଲିର ସ୍କୁଲ । ସେହିପରି ୧୪ବର୍ଷ ରୁ କମ୍ ବାଳକ ବର୍ଗରେ ଦରଗଡ଼ର ବିକାଶ ରେସିଡେନ୍ସିୟଲ ସ୍କୁଲ ୧୨/୧୦ ରେ ମଦରସ ପବ୍ଲିକ ସ୍କୁଲ କୁ ହରାଇ ଚମ୍ପିୟାନ ହୋଇଛନ୍ତି | ପରବର୍ତି ସ୍ଥାନ ରେ ରହିଲେ କଟକ ର ଡିପି ଏସ ଜନିଙ୍ଗ ଓ ସମ୍ବଲପୁର ର ବିକାଶ ସ୍କୁଲ ।୧୪ ବର୍ଷ ରୁ କମ ବାଳିକା ବର୍ଗ ରେ ହିଁ ପି ଏସ୍ ରାଜ ରାଓ ୩୦/୧୬ ରେ ମଦର୍ସ ପବ୍ଲିକ କୁ ହରାଇ ଚମ୍ପିୟାନ ହୋଇଛନ୍ତି ।ଫାଷ୍ଟ ଉନରସଅପ୍ ହେଲେ ସୁଶୀଳା ନିର୍ଲା ଓ ଲକ୍ଷ୍ମୀ ପଚ୍ ସିଙ୍ଘାନିଆ ସ୍କୁଲ ।




