ଅଦ୍ୟ ତା ୯.୮.୨୦୨୫ ରିଖ ସ୍ଥାନୀୟ ମୀନା ବଜାର ସ୍ଥିତ ଜାମା ମସଜିଦ ପରିସର ରେ ସୁରା ଜମାତ୍ ର ଧର୍ମଚର୍ଚ୍ଚା ର ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇ ଥିଲେ।ଓଡ଼ିଶା ର ତଥା ଓଡ଼ିଶା ବାହାରୁ ବିଶିଷ୍ଟ ଧର୍ମଗୁରୁ ମାନେ ଆସି ଧର୍ମ ସମ୍ପର୍କରେ ଆଲୋଚନା କରିଥିଲେ। ଇସଲାମ ଧର୍ମ ମାନବ ଜାତିକୁ ସତ୍ ପଥରେ ଚାଲିବା ଶିଖାଇଥାଏ। ହିଂସା ବିଦ୍ୱେଷ, ଅତ୍ୟାଚାର ବିରୁଦ୍ଧରେ ସଚେତନ ସୃଷ୍ଟି କରି ସମାଜ ରେ କିପରି ଏକତା ରକ୍ଷା ହେବ ବୁଝାଇଥିଲେ। ସ୍ଥାନୀୟଅଧିବାସୀମାନେ ଆଗନ୍ତୁକ ମାନଙ୍କୁ ଅତିଥେୟତା ପ୍ରଦାନ କରିବା ସହିତ କାର୍ଯକ୍ରମ କୁ ସୁଚାରୁ ରୂପେ ସମ୍ପାଦନା କରି ଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ବିଶେଷ ସୂତ୍ରରୁ ପ୍ରକାଶ।

April 29, 2026/
No Comments


