ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ରକ୍ଷା ବନ୍ଧନ ଓ ବଳରାମ ଙ୍କ ଜନ୍ମ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ, ନୂତନ ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ଓ ବଳରାମ, ଶୁଭଦ୍ରା ଓ କୃଷ୍ଣ ଙ୍କୁ ସୁବର୍ଣ୍ଣ ବେଶ କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ ଦଶଟା ସମୟରେ ଖେଚୁଡ଼ି ଭୋଗ , ମଧ୍ୟାହ୍ନ ରେ ମଙ୍ଗଳା ଅର୍ପର୍ଣ ପୂଜା, ଜନ୍ମ ପୂଜା ଅନୁଷ୍ଠିତ। ଚକା, ପୁଳି ଓ ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ। ପୂଜକ ସିବଶ୍ଚ ମିଶ୍ର, ମନ ସୁମନ ମିଶ୍ର,ମଳୟ କର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ , ଦେବୋତ୍ତର ନୀରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏବଂ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ରକ୍ଷା ବନ୍ଧନ ଓ ବଳରାମ ଙ୍କ ଜନ୍ମନୀତି ପାଳିତ ହୋଇଥଲା।

April 29, 2026/
No Comments


