ଡ଼କାୟତ ଯୋଜନା ପଣ୍ଡ : ୨ଗିରଫ
ତାଳଚେର, ୦୯/୦୮ ଗତକାଲି ୫ରୁ ୬ଜଣ ଦୃର୍ବୁତ ମାରଣାସ୍ତ୍ର ରଖି ତାଳଚେର ଥାନା ଅନ୍ତର୍ଗତ ସ୍କଟଲ୍ୟାଣ୍ଡପୁର ଜଙ୍ଗଲରେ ବସି ଡ଼କାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ତାଳଚେର ଥାନା ଅଧିକାରୀ ଖବର ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସେଠାରେ ଆତର୍କିତ ଚଢ଼ାଉ କରିଥିଲେ । ପୋଲିସ୍ ପଂହଚି ଦେଖିଲେ ଦୃର୍ବୁତମାନେ ଜଙ୍ଗଲ ମଝିରେ ଅଳ୍ପ ଆଲୋକରେ ଅସ୍ତ୍ରଶସ୍ତ୍ର ଧରି ବସିବା ସହ ଚୁପଚାପ ବାର୍ତାଳୋପ କରୁଛନ୍ତି ।
ପୋଳିସ୍ ସେମାନଙ୍କୁ ଘେରିବା ସମୟରେ ଉକ୍ତ ଦୃର୍ବୁତମାନେ ହାତରେ କଟରା, ଲୁହାରଡ଼ ଓ ପିସ୍ତଲ ଧରି ପୋଲିସ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେବା ସହ ଉକ୍ତ ସ୍ଥାନରୁ ଦୌଡ଼ିବାକୁ ଲାଗିଲେ ମାତ୍ର ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟାମାନେ ଖସି ପଳାଇଥିଲେ । ଧରା ପଡ଼ିଥିବା ଦୁଇଜଣ ସ୍କଟଲ୍ୟାଣ୍ଡପୁରର କେଦାର ଗୋଚ୍ଛାୟତ(୩୨), ଅନ୍ୟଜଣେ ଖମାର ଥାନା ଅଂଚଳ କଂଟିଆପଶି ଗ୍ରାମର ଦୀପକ ପ୍ରଧାନ (୩୩) ଓ ଯେଉଁମାନେ ଫେରାର ଅଛନ୍ତି ସେମାନେ ହେଲେ ତାଳଚେର ବାଘୁଆବୋଲ ବିକାଶ ନାଏକ, ବାପୁଜୀ ନଗରର ସିପୁ ନାଏକ, ରାଧାରମଣପୁର ଗ୍ରାମର ଆଲୋକ ଭୂତିଆ ବୋଲି ଜଣାପଡ଼ିଥିବା ସହିତ ସେମାନଙ୍କର ନିକଟରୁ ଗୋଟିଏ ପିସ୍ତଲ, ଲୁହା କଟୁରୀ, ଭିଭୋ ମୋବାଇ ଓ ରିଅଲମି ମୋବାଇଲ ଜବତ କରିବା ସହ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବ ବୋଲି ପୋଲିସ ପ୍ରକାଶ କରିଛଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

