ଚଳନ୍ତା ଟ୍ରକ୍ ହୁ ହୁ ହେଇ ଜଳି ଉଠିଲା,ଅଳ୍ପକେ ବର୍ତିଲେ ଟ୍ରକ୍ ଚାଳକ

ବରଗଡ:୧୦/୮(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ବେ ସରଣ୍ଡା ବସ୍ ଷ୍ଟାଣ୍ଡ ଛକ ରେ ହୁ ହୁ ହୋଇ ଜଳି ଉଠିଲା।ଉକ୍ତ ଟ୍ରକ୍ ଟି ପାଟଣା ଗଡ ରୁ ବରଗଡ଼ ଅତାବିରା ଦେଇ ଖାର ସୁଗୁଡା ଅଭିମୁଖେ ଯାଉଥିଲା।ହେଲେ ସରଣ୍ଡା ଛକରୁ ୧୦୦ମିଟର ପଛକୁ ଚାଳକ ର ପାଖରେ ଥିବା ଇଞ୍ଜିନ ରୁ ସାମାନ୍ୟ ନିଆଁ ସହ ଧୁଆଁ ବାହାରିବା ଫଳରେ ଛକରେ ଅଟକି ରହି ସଜାଡ଼ିବା ଉଦ୍ୟମ ସମୟରେ ହଠାତ୍ ନିଆଁ ଜଳିବା ସହ ଡିଜେଲ ଟାଙ୍କି ଫାଟି ସଂପୂର୍ଣ୍ଣ ଟ୍ରକ୍ ର ମୁଣ୍ଡ ଟି ଜଳି ଉଠି ଥିଲା।ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଷ୍ଟେସନ ଅଧିକାରୀ ମିଶ୍ର କିଶନ ଏଲ ଏଫ୍ ଏଫ୍ ରାଜେନ୍ଦ୍ର ଏକ୍କା,ଏଫ୍ ଏଫ୍ ପୁରୁଷୋତ୍ତମ ସାହୁ,ବିକି ବେହେରା,ରମେଶ ପ୍ରଧାନ, ସୌମ୍ୟ ରଂଜନ ସାହୁ ପହଞ୍ଚି ଜଳୁଥିବା ଟ୍ରକ୍ ନମ୍ୱର୍ ଓଡି,୧୫,ଭି ୧୭୨୦ ଟିକୁ ଆୟତ୍ତ କରିଥିଲେ। ଅଳ୍ପକେ ବର୍ତ୍ତି ଯାଇଥିଲେ ଗାଡ଼ି ଚାଳକ ସାଗର ସେଠ୍(୨୮)।ଏହା ପରେ ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।



