କେନ୍ଦୁଝର ଜିଲ୍ଲା ବନଖଣ୍ଡରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଉତ୍ପାତ
କେନ୍ଦୁଝର ଜିଲ୍ଲା ତଥା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଦାଦାଗିରି। ଏହିଭଳି ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା ରେଞ୍ଜ ରେ ହାତୀ ପଲଙ୍କ ଉତ୍ପାତ, ଭାଙ୍ଗୁଛନ୍ତି ଘର, ଧାନ ଚାଉଳ ଖାଇବାସହ ନଶ୍ଟକରୁଛନ୍ତି ଧାନ,ଚାଉଳ ଓ ଫସଲ।ପାଟଣା ରେଞ୍ଜ ରେ ବର୍ତ୍ତମାନ ଘୁରି ବୁଲୁଛନ୍ତି ପାଖାପାଖି ୩୦ ରୁ ଉର୍ଦ୍ଧ ହାତୀ,ବିଭିନ୍ନ ଅଞ୍ଚଳରେ ପଶି ଘର ଭାଙ୍ଗିଭାଙ୍ଗୁଛନ୍ତି ଓ ଧାନ ଚାଉଳ ଖାଇବା ସହ ମାଡ଼ିଦଳି ନଷ୍ଟ କରିଦେଉଛନ୍ତି ଫସଲ। ରୁଆ ଧାନ କ୍ଷେତରେ ପଶି ମାଡ଼ିଦଳି ନଷ୍ଟ କରିପକାଉଛନ୍ତି, ଯାହାପାଇଁ ଚିନ୍ତାରେ ଅଛନ୍ତି ଅଞ୍ଚଳ ର ଚାଷୀ। ଗତ ରାତିରେ ପାଟଣା ରେଞ୍ଜ, ସାହାରପଡା ବିଟ କପୁଣ୍ଡି ଗ୍ରାମ ବଣ ସାହି ରେ ପଶି ହାତୀପଲ ଯଶୋବନ୍ତ ବଡାମ ଙ୍କ ଘର ସମ୍ପୂର୍ଣ ଭାଙ୍ଗିଥିବା ବେଳେ, ଅଯୋଧ୍ୟା ଦାସ ଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ନଷ୍ଟ କରି ପକାଇଛନ୍ତି।ଏହାସହ ରବୀନ୍ଦ୍ର ଦଣ୍ଡପାଟ ଙ୍କ ଧାନ ଖାଇଦେଇଛନ୍ତି। ତେବେ ହାତୀ ଅନେକ ସମୟରେ ପାଟଣା ଓ ସହାରପଡା ଅଞ୍ଚଳରେ ଅନେକ କ୍ଷତି ଘଟାଇ ଚାଲିଥିବା ବେଳେ ବନ ବିଭାଗ ତରଫରୁ ମିଳୁଥିବା ଆ1ଆ ସମୁଦ୍ର କୁ ସଂଖେ। ବନ ବିଭାଗ କୁ ହାତୀ ଘଉଡ଼ାଇବା ପାଇଁ ନାକେଦମ୍ ହେବାପାଇଁ ପଡ଼ୁଚି।ତଥାପି ଏହି ଅଞ୍ଚଳରେ ଉତ୍ପାତ ମଚାଇ ଚାଲିଛନ୍ତି ହାତୀପଲ। ତେବେ ହାତୀ ପଲଙ୍କୁ ଘଉଡ଼ାଇବା ରେ ବନ ବିଭାଗ ବିଫଳ ହୋଇଥିବା ଯୋଗୁ ଅଞ୍ଚଳ ବାସିନ୍ଦା ମାନେ ଦୁର୍ଦ୍ଦଶା ଭୋଗ କରୁଥିବା ଅଭିଯୋଗ ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



