ଡିସି କେବୁଲ୍ ଚୋରୀ, ଯୋଡ଼ା ବଡ଼ବିଲ ଅଞ୍ଚଳରେ ମୋବାଇଲ୍ ସେବା ବାଧାପ୍ରାପ୍ତ

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ଟେଲିଫୋନ ଏକ୍ସଚେଞ୍ଜରେ ପାୱାର ପ୍ଲାଣ୍ଟର ଡିସି କେବୁଲ ଚୋରୀ ହୋଇଥିବା ନେଇ ସୂଚନା।ଡିସି କେବୁଲ ଚୋରି ହେବା ଫଳରେ ଯୋଡ଼ା, ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳରେ ବିଏସଏନ୍ଏଲ୍ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିଲା। ଏବଂ ପରେ ନୂତନ କେବୁଲ୍ ପକାଇ ଏହାକୁ କାର୍ଯ୍ୟକ୍ଷମ କରାଯାବା ପରେ ମୋବାଇଲ୍ ଓ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଏଠାରେ ଏକାଧିକ ଥର ଚୋରି ଘଟଣା ଘଟିଛି । ଏ ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


