ଟାରିଫ ପ୍ରସଙ୍ଗରେ ଭାରତ ପ୍ରତି ଗରମ ମନୋଭାବ ପୋଷଣ କରୁଥିବା ଆମେରିକା ଚୀନ୍ ପ୍ରତି ନରମ ଅଛି । ଭାରତ ଉପରେ ଅଗଷ୍ଟ ୭ ତାରିଖରୁ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିବା ବେଳେ ଆସନ୍ତା ୨୭ ତାରିଖରୁ ଅତିରିକ୍ତ ୨୭ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । କିନ୍ତୁ ଚୀନ୍ ଉପରେ ଲାଗୁ ହେବାକୁ ଥିବା ଟାରିଫର ସମୟ ସୀମା ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆମେରିକା ରାଷ୍ଟ୍ରପତି ।
ଫଳରେ ବିଶ୍ବର ଦୁଇ ବୃହତ ଅର୍ଥନୀତିର ମଧ୍ୟରେ ଟାରିଫ ଯୁଦ୍ଧ ନଭେମ୍ବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରହିଛି ।ଏନେଇ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି କରି ଟାରିଫ ଲାଗୁର ସମୟ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି । ଏଥିରେ ଚୀନ୍ ମଧ୍ୟ ସହମତି ପ୍ରକାଶ କରିଛି । ଚଳିତ ବର୍ଷ ଆମେରିକା- ଚୀନ୍ ପରସ୍ପର ମଧ୍ୟରେ ଟାରିଫ ବୃଦ୍ଧି କରିଥିଲେ । ଚୀନ୍ ଉପରେ ୧୪୫ ପ୍ରତିଶତ ଟାରିଫ ଲାଗୁ କରିବାକୁ ଘୋଷଣା କରିଥିଲେ ଟ୍ରମ୍ପ । କିନ୍ତୁ ଗତ ମେ ମାସରେ ଆମେରିକା ଶୁଳ୍କ କମାଇ ୩୦ ପ୍ରତିଶତକୁ ଖସିଥିଲା ଏବଂ ଚୀନ୍ ଆମେରିକା ଉପରେ ୧୦ ପ୍ରତିଶତ ଶୁଳ୍କ ହ୍ରାସ କରିଥିଲା । ୯୦ ଦିନ ପାଇଁ ହୋଇଥିବା ଏହି ଟାରିଫ ଚୁକ୍ତି ଅଗଷ୍ଟରେ ଶେଷ ହେବାକୁ ଥିଲା । ଏହାପରେ ପୁଣି ୯୦ ଦିନ ପାଇଁ ଟାରିଫ ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ଉଭୟ ଦେଶ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
