Spread the love

ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢେଇ ତୀବ୍ର ହୋଇଛି। ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଛନ୍ତି। ଏହା ପୂର୍ବରୁ ଭାରତୀୟ ଦୂତାବାସ ଓ ଏଠାରେ ରହୁଥିବା କୂଟନୀତିଜ୍ଞଙ୍କ ଘରକୁ ଖବରକାଗଜ ଯୋଗାଣକୁ ପାକିସ୍ତାନ ବନ୍ଦ କରିଦେଇଥିଲା।

ଭାରତୀୟ କୂଟନୀତିଜ୍ଞଙ୍କୁ ମାନସିକ ନିର୍ଯାତନା ଦେବା ଉଦ୍ଦେଶ୍ୟରେ ପାକିସ୍ତାନ ଏପରି କରିଥିଲା।ପାକିସ୍ତାନର ଏପରି କାର୍ଯ୍ୟର ଜବାବ ଦେବାକୁ ଯାଇ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟ ଓ ଏହାର କର୍ମଚାରୀଙ୍କ ଘରକୁ ଖବରକାଗଜ ଯୋଗାଣକୁ ଭାରତ ବନ୍ଦ କରିଦେଇଥିଲା। ଭାରତର ଏପରି ପଦ‌େ‌କ୍ଷପ ପରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଛି ପାକିସ୍ତାନ। ରିପୋର୍ଟ ଅନୁଯାୟୀ ସୁଇ ନଦର୍ଣ୍ଣ ଗ୍ୟାସ ପାଇପଲାଇନ ଲିମିଟେଡ (ଏସ୍‌ଏନଜିପିଏଲ୍‌) ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ଘରକୁ ଗ୍ୟାସ ପାଇପଲାଇନ ଯୋଗାଇ ଥିଲା। ଏସ୍‌ଏନଜିପିଏଲ୍‌ ଅତି ଚଢା ଦରରେ ଏହି ଗ୍ୟାସ ଯୋଗାଣ କରୁଥିଲା। ଏବେ ଏହି ଗ୍ୟାସ ଯୋଗାଣକୁ କମ୍ପାନୀ ବନ୍ଦ କରିଦେଇଛି।

Leave a Reply

Your email address will not be published. Required fields are marked *