“ପ୍ରସାଶନିକ ଅବହେଲାରୁ ବିଳମ୍ବ ହେଉଛି ଜିଏମଏଫସି ଦେୱ।ନି ଅଦାଲତ ସ୍ଥାପନ”
ଭଟଲି :- ପ୍ରସାଶନିକ ଅବହେଲା ଯୋଗୁ ଭଟଲି ବିଚାର ବିଭାଗୀୟ ଅଦାଲତ ଓ ସିଭିଲ ଜଜ୍ ଜୁନିଅର ଡିଭିଜନ ଅଦାଲତ ସ୍ଥାପନ ହୋଇ ପାରୁନାହିଁ। ସରକାର ଏହି ଅଦାଲତ ଦ୍ବୟ ସ୍ଥାପନ ସକାଶେ ଆଦେଶ ପ୍ରଦାନ କରିସାରିଛନ୍ତି। ମନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା କଟକଙ୍କ ପତ୍ର ସଂଖ୍ୟା ୧୨୭୫୨ ତା ୦୯-୦୮-୨୦୨୪ ଅନୁସାରେ ଭଟଲି ଠାରେ ବିଚାର ବିଭାଗୀୟ ଜେ ଏମଏଫ ସି ଅଦାଲତ ଓ ଓଡିଶା ସରକାରଙ୍କ ଆଇନ ବିଭାଗର ପତ୍ର ସଂଖ୍ୟ ୬୪୨୪/ଏଲ ତା ୨୨-୦୪-୨୦୨୫ ଅନୁଯାଇ ଭଟଲି ରେ ସିଭିଲ ଜଜ୍ ଜୁନିଅର ଡିଭିଜନ ଅଦାଲତ ଖୋଲିବାପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସକାଶେ ବରଗଡ ଜିଲ୍ଲ ପ୍ରଶାସନ କୁ ନିଦ୍ଦେର୍ଶ ରହିଛି ମାତ୍ର ଜିଲ୍ଲ ପ୍ରଶାସନ ଏକି କାମକୁ ତ୍ୱରାନ୍ୱିତ ନକରି ପକିଇ ରଖିଥିବା ଯୋଗୁ ଅଞ୍ଚଳବାସୀ ହାତପହନ୍ତା ରେ ନ୍ଯାୟ ପାଇବାରେ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କିରେ ଭଟଲି ଓକିଲ ସଂଘ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହେବାର ଜଣାପଡିଛି। ପ୍ରକାଶ ଥାଉକି ଭଟଲି ରେ ଜେ ଏମ ଏଫ ସି ଅଦାଲତ ସ୍ଥାପନ କରିବା ପାଇଁ ରାଜ୍ଯ ସରକାର ଚିଠି ମାଧ୍ୟମ ରେ ଜିଲ୍ଲା ପ୍ରଶାସନ କୁ ଆଦେଶ ଦେଇଥିଲେ । ସେହି ଆଦେଶ ପତ୍ରରେ ଅଦାଲତ କାର୍ଯ୍ୟ ଚାଲିବାପାଇଁ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ବ୍ଯବସ୍ତା ଥିବା ଏକ ସରକାରୀ କୋଠା ଯୋଗାଇଦେବା ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ଜିଲ୍ଲା ବିଚାରପତିଙ୍କୁ ରିପୋର୍ଟ ମାଗିଥିଲେ। ବରଗଡ ଜିଲ୍ଲା ବିଚାରପତି ଉକ୍ତ ଚିଠି କୁ ଗୁରୁତ୍ବ ସହିତ ନେଇ ବରଗଡ ଜିଲ୍ଲାପାଳ ଙ୍କୁ ଏକ ଆନୁଷଙ୍ଗିକ ସୁବିଧା ଥିବା ସରକାରୀ କୋଠାକୁ ଉପଲବ୍ଧ କରିବା ପାଇଁ ଚିଠି ଲେଖିଥିଲେ ।ହେଲେ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟକାରି ହୋଇପାରୁନାହିଁ। ଅନେକ ଥର ଭଟଲି ଓକିଲ ସଂଘ ଏ ବିଷୟ ରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ପରିତ୍ୟକ୍ତ ଅବସ୍ଥାରେ ଖାଲିପଡି ଥିବା ଭଟଲି ପୁରୁଣା ଥାନା ଓ ତହସିଲ କାର୍ଯ୍ୟାଳୟର ସଂଲଗ୍ନ କ୍ଷୁଦ୍ର ଜଳସେଚନ ବିଭାଗ କୋଠାକୁ ସୁପାରିଶ କରିବା ପାଇଁ ଅନୁରୋଧ ଜଣାଇଥିଲେ। ପ୍ରକାଶ ଥାଉକି ବିଚାର ବିଭାଗୀୟ ଜେ ଏମଏଫ ସି ଅଦାଲତ ଖୋଲିବା ପାଇଁ ପୁର୍ବରୁ ମୌଜା କେଶାଇପାଲି ର ମେଜର ବନ୍ଦୋବସ୍ତ ଖାତାନଂ ୨/୧ ପ୍ଲଟ ନଂ ୧୧୨୫/୨୨୪୯ ରକବା ୨ ଏକର ୭୦ ଡିସିମିଲ ଜମି ଆଇନ ବିଭାଗ ଓଡିଶା ସରକାର ଙ୍କ ନାମରେ ରେକର୍ଡ ସଂଶୋଧନ କରାଯାଇ ବରଗଡ ଜିଲ୍ଲା ବିଚାରପତିଙ୍କୁ ଭଟଲି ତହସିଲଦାର ଙ୍କ ଦ୍ବାରା ଦଖଲ ମଡାଇ ଦିଆଯାଇଅଛି। ଭଟଲି ଓକିଲ ସଂଘ ଅନେକ ଥର ଜିଲ୍ଲା ବିଚାରପତିଙ୍କୁ ସାକ୍ଷାତକରି ନୁତନ କୋଠା ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଜିଲ୍ଲା ବିଚାରପତି ସହମତି ପ୍ରକାଶ କରିଥିଲେ ମଧ୍ଯ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅସ୍ଥାୟୀ କୋଠା ଚିହ୍ନଟ କରି ଯୋଗାଇ ଦେବାକୁ ବାରମ୍ବାର ପ୍ରୟାସ କରିଥିଲେ ମଧ୍ଯ ଏହା କାର୍ଯକାରୀ ହୋଇନାହିଁ। ଏପରିକି ନିଜେ ଜିଲ୍ଲାପାଳ ଏବଂ ଜିଲ୍ଲା ବିଚାରପତି ଭଟଲି ଆସି ଖାଲିପଡିଥିବା ପୁରୁଣା ଥାନା, କ୍ଷୁଦ୍ର ଜଳସେଚନ ବିଭାଗ ଓ ଏହା ଅଧିକୃତ ଡାକବଙ୍ଗଲା ସହିତ ଖାଲି ପଡିଥିବା ବିଭିନ୍ନ ସରକାରୀ କୋଠା ଅନୁଧ୍ୟାନ କରିଥିଲେ ମଧ୍ଯ କୌଣସି ସ୍ଥାନ ନିର୍ଣୟ ହୋଇପାରିନାହିଁ। ଆଇନ ବିଭାଗର ପତ୍ର ସଂଖ୍ୟା ୬୪୨୬/ଏଲ ତା ୨୨- ୪- ୨୦୨୫ ଅନୁଯାଇ ଭଟଲି ରେ ପୁଣି ଏକ ସିଭିଲ ଜଜ୍ ଜୁନିଅର ଡିଭିଜନ ଅଦାଲତ ଖୋଲିବା ସକାଶେ ସ୍ଥାନ ନିରୂପଣ ପାଇଁ ରାଜ୍ଯପାଲ ମୁଖ୍ଯ ସାଶନ ସଚିବଙ୍କ ଜରିଆରେ ଆଦେଶ ଦେଇଛନ୍ତି ତାହା ମଧ୍ଯ କାର୍ଯ୍ଯକାରୀ ହେଉନାହିଁ। ପ୍ରଶାସନିକ ସ୍ତର ର ଏହି ଅବହେଲା କୁ ଦୃଷ୍ଟି ରଖି ଭଟଲି ଓକିଲ ସଂଘ ବିଧାୟକଙ୍କ ଦ୍ବାରସ୍ଥ ପରେ ମଧ୍ଯ କାର୍ଯ୍ୟକାରି ନ ହେବାରୁ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିବାର ଜଣାପଡିଛି ।



