**ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ସଂସ୍କୃତ ସପ୍ତାହ ଅନୁଷ୍ଠିତ:**

ବରଗଡ଼:(ପବିତ୍ର ମେହେର) ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁଚିଦାରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂସ୍କୃତ ଶିକ୍ଷୟିତ୍ରୀ ପୁଷ୍ପାଙ୍ଗିନୀ ଭୁଏଙ୍କ ସଂଯୋଜନା କ୍ରମେ ସପ୍ତାହର ବିଭିନ୍ନ ଦିବସରେ ଦେବ ଭାଷା ସଂସ୍କୃତର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶିକ୍ଷାର୍ଥୀମାନେ ଶ୍ଳୋକ ଉଚ୍ଚାରଣ, ସଂସ୍କୃତ ମେଳା,ସଂସ୍କୃତ ସମ୍ଭାଷଣ,ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।ଅତିଥି ଭାବରେ ପୂର୍ବତନ ସଂସ୍କୃତ ଶିକ୍ଷକ ଜଳନ୍ଧର ପଧାନ,ପୂର୍ବତନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନ ଯୋଗ ଦେଇଥିବା ବେଳେ ସପ୍ତାହର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବଳରାମ ରଣା, ହରବଲ୍ଲଭ ପ୍ରଧାନ,ପ୍ରଭାତ କୁମାର ନାୟକ,ତରଣୀସେନ୍ ପଧାନ,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର,ମେନକା ସୁନା,ମେନକା ମେହେର, ତନୟା ଡନସନା,ସବିତା ଦେହେରୀ ଓ ସକ୍ରିୟ ସହଯୋଗ କରିଥିଲେ।




