
ଅଦ୍ଯ ତା ୧୫/ ୦୮ / ୨୦୨୫ ରିଖ କଟକ ସ୍ଥିତ କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୯ ତମ ସ୍ବାଧୀନତା ଦିବସ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ରାୟ ମୂଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ବାଧୀନତା ଦିବସ ସଂପର୍କରେ ମାର୍ଗଦର୍ଶନ କରିଥିଲେ ଓ ସଭାରେ ଅଧ୍ୟକ୍ଷତା କରିଥିଲେ।


ସମାଜସେବୀ ତଥା ବିବିଧ ଅନୁଷ୍ଠାନର ଦାୟିତ୍ଵ ନିର୍ବାହ କରିବା ସହ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା ସମିତିର ସଂପାଦକ ଡ଼ ସୌମ୍ୟରଞ୍ଜନ ମିଶ୍ର ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।


ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ଦାଶ ଅତିଥିଙ୍କ ମାର୍ଗଦର୍ଶନ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ତଥା ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଭୁଦେନ୍ଦ୍ର ମହାନ୍ତି ମୂଖ୍ୟ ବକ୍ତା ଭାବେ ଭାରତମାତା ଙ୍କ ସୁରକ୍ଷାକରିବା ପାଇଁ ଶିଶୁମାନଙ୍କୁ ପ୍ରେରଣା ଦେଇଥିଲେ।ପରେ ଅତିଥିମାନଙ୍କ କରକମଳରେ ପ୍ରାଚୀର ପତ୍ରିକା ଶିଶୁ ପ୍ରଭା ଉନ୍ମୋଚିତ ହୋଇଥିଲା। ଇତ୍ୟବସରରେ ବାଟିକା ପପ୍ରମୂଖା ଶ୍ରୀମତୀ କାନନବାଳା ରାୟଙ୍କ ତତ୍ବାବଧାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା, କୃଷ୍ଣ ବେଶର ଆସିଥିବା ଶିଶୁଙ୍କ ଚରଣଧୌତ, ପୂଜାର୍ଚ୍ଚନା,ବେଶ, ସଂଗିତ, ନୃତ୍ୟ ଇତ୍ୟାଦି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।


ପରିଚାଳନା ସମିତିର ସଦସ୍ୟ,ଏନ୍ ସି ସି, ସରକାରଙ୍କ, ଗାଇଡ, ଘୋଷ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗୁରୁଜୀ ଗୁରୁମା ପଥସଚଞ୍ଚଳନରେ ଭାଗନେଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବଶେଷରେ ବିଦ୍ୟାଳୟର ଦିବାପର୍ଯ୍ଯାୟ ପ୍ରମୁଖ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




