ଚେରମହୁଲ ଗ୍ରାମରେ ଅଭାବନୀୟ ଘଟଣା,ଟାଙ୍ଗିଆ ଚୋଟରେ ମୁଣ୍ଡଙ୍କୁ ହାଣି ହତ୍ୟା
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ତଲଜାରିଙ୍ଗ ଗ୍ରାମର ଶ୍ରୀ ରଥ କନ୍ଦପାନ ଚେରମହୁଲ ଗ୍ରାମର ଘନା ଜଙ୍ଗଲକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେହି ସମୟରେ କୌଣସି କାରଣକୁ ନେଇଁ ଚେରମହୁଲ ଗ୍ରାମର ଶ୍ରୀ ରତ୍ନାକର ମାଝି ଟାଙ୍ଗିଆରେ ହାଣି ମୁଣ୍ଡ ଓଗଣ୍ଡି କୁ ଅଲଗାକରି ହତ୍ୟା କରିଥିବା ଦେଖିବାକୁ ମିଳିଛି, ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଧର୍ମଗଡ ଏସ ଡି ପି ଓ ଶ୍ରୀ ଢୋଲାମଣି ଭୋଇ,ଜୁନାଗଡ ଆଇ ଆଇ ସି ଶ୍ରୀ ଶେଷଦେବ ବେହେରା ଓ ସାଇନଟିଫିକ ଟିମ୍ ଫହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ,ମୃତ ଦେହକୁ ଜବତ କରି ,ଅଭିଯୁକ୍ତ ରତ୍ନାକର ମାଝୀକୁ ପୋଲିସ ଅଟକ ରଖିଛି,ରଥକନ୍ଦ ପାନ ଙ୍କ ସ୍ତ୍ରୀ ଜୁନାଗଡ ଥାନାରେ କେଶ ରୁଜୁ କରିଛନ୍ତି …।କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



