
ବୋଲେରୋ ଧକ୍କାରେ, ଦୁଇ ନା ବାଳକ ଗୁରୁତର, ସ୍କୁଲ୍ ରୁ ଫେରିବା ବାଟରେ ଦୁର୍ଘଟଣା।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବଲାଣି ଥାନା ଅନ୍ତର୍ଗତ ବଲାଣି ଟାଉନସିପ୍ ବିର୍ସା କ୍ଲବ ଠାରୁ ଅଳ୍ପ ଦୂରରେ ସ୍କୁଲରୁ ଘରକୁ ଫେରୁଥିବା ଦୁଇ ନାବାଳକଙ୍କୁ ଏକ ଧଳା ବୋଲେରୋ ଧକ୍କା ଦେଇ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ସିସିଟିଭି କ୍ୟାମେରା ରେ କଏଦ ହୋଇଛି ସେ ସମୟର ହୃଦୟ ବିଦାରକ ଦୃଶ୍ୟ। ଘଟଣାଟି ଗତକାଲି ଦିନ ପ୍ରାୟ ୪ ଟା ପାଖାପାଖି ସମୟରେ ଘଟିଥିବା ବେଳେ, ସ୍ଥାନୀୟ ବାସିନ୍ଦା ମାନେ ଆହତ ନାବାଳକଙ୍କୁ ଚିକିତ୍ସା ପାଇଁ ବଲାଣି ଲୌହ ଖଣି ହସ୍ପିଟାଲକୁ ନେଇଥିଲେ। ପରେ ଆହତ ନାବାଳକଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା। ଉଭୟ ନାବାଳକ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ମସଜିଦ୍ ରୋଡ୍ ଆଡକୁ ଯାଉଥିବା ରାସ୍ତା ନିକଟରେ ବିଷ୍ଣୁ ମନ୍ଦିର ଦିଗକୁ ଏକ ଧଳା ବୋଲେରୋ ଆସୁଥିଲା। ବୋଲେରୋ ଉଭୟ ନାବାଳକଙ୍କୁ ସାମ୍ନାରୁ ଧକ୍କା ଦେଇଥିବା ବେଳେ ଘଟଣା ବେଳର ଦୃଶ୍ୟ ସେହି ଅଞ୍ଚଳରେ ଥିବା ଡସିସିଟିଭି ରେ କଏଦ ହୋଇଯାଇଥିଲା। ତେବେ ପ୍ରମାଣ ସିସିଟିଭି ଫୁଟେଜ ଥିବାବେଳେ ବଲାଣି ପୋଲିସ ଏହି ଘଟଣାରେ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଓ ଉକ୍ତ ବୋଲେରୋ କୁ ଧରିବାରେ କେବେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



