ଗଣେଶ ପୂଜା ଭସାଣ ଶୋଭାଯାତ୍ରାରେ ଡିଜେକୁ ସମ୍ପୂର୍ଣ୍ଣ ନିଷେଧ
ଅନୁଗୁଳ ଗଣେଶ ପୂଜା ଓ ଭସାଣ ଉତ୍ସବ ନେଇ ପୋଲିସ ଓ ଗଣେଶ ପୂଜା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଭସାଣ ଶୋଭାଯାତ୍ରାରେ ଡିଜେକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୂଜା ମଣ୍ଡପରେ କୌଣସି ଅସାମାଜିକ କାର୍ଯ୍ୟ ଓ ଅସାମାଜିକ ଯୁବକଙ୍କ ଉପରେ ନଜର ରଖିବା ପାଇଁ ସବୁ ମଣ୍ଡପରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି ।ଭସାଣ ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ଓ ଆତସବାଜୀ ପ୍ରଦର୍ଶନ ଉପରେ ବାରଣ କରାଯାଇଛି। ଅନୁଗୋଳ ଥାନାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ଅନୁଗୋଳ ଉପଖଣ୍ଡ ପୋଲିସ ଅଧିକାରୀ ରମାକାନ୍ତ ମହାଳିକ ଯୋଗ ଦେଇ ସମସ୍ତ ପୂଜା କମିଟି ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସହରରେ ପ୍ରାୟ ୫୦ଟି ମଣ୍ଡପରେ ଗଣେଶ ପୂଜା ହେବ। ପ୍ରତ୍ୟେକ ପୂଜା ମଣ୍ଡପରେ ଅତି କମରେ ୨ ଟି ସିସି ଟିଭି କ୍ୟାମେରା ଲଗାଇବା ପାଇଁ ପୋଲିସ ପକ୍ଷରୁ ପୂଜା କମିଟର କର୍ମକର୍ତ୍ତାଙ୍କୁ କୁହାଯାଇଛି। ରାତି ୧୦ଟି ୩୦ ମିନିଟ ସୁଦ୍ଧା ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ ହେବ । ପ୍ରାୟ ୫୦ଟି ମଣ୍ଡପ ରେ ପୂଜା ହେଉଥିବାରୁ ଭସାଣ ଶୋଭାଯାତ୍ରା ୩ ତାରିଖ ସୁଦ୍ଧା ଶେଷ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


