ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ
ବଅଁରପାଳ ୨୩/୨୫ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଅଁରପାଳ ରେ ଶିଶୁ ବାଟିକା ଠାରୁ ଦ୍ୱିତୀୟ ଶ୍ରେଣୀ(ଆଧାର ସ୍ତର) ପର୍ଯ୍ୟନ୍ତ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ରେ ଗୋଷ୍ଠୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ ମାନସ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିଶୁ ମାନଙ୍କ ପ୍ରତି ମାଆ ମାନଙ୍କର କର୍ତ୍ତବ୍ୟ ବିଷୟ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ସମ୍ପାଦକ ଅଖିଳ କୁମାର ମହାପାତ୍ର ମଞ୍ଚସୀନ ଥିଲେ। ଭାରତୀୟ ସଂସ୍କୃତି ପରମ୍ପରା ଉପରେ ଆଧାର କରି ଆଚାର୍ଯ୍ୟ ତନ୍ମୟ କୁମାର ନାଥ ମାଆ ମାନଙ୍କୁ ମାର୍ଗଦର୍ଶନ କରିଥଲେ। ପ୍ରଧାନଆଚାର୍ଯ୍ୟ ଧର୍ମାନନ୍ଦ ସାହୁ ଅତିଥି ମାନଙ୍କର ପରିଚୟ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀରେ ୮୪ ଜଣ ମାଆ ଉପସ୍ଥିତ ଥିଲେ। ପରିଶେଷେ ରେ ବିଭିନ୍ନ ଶ୍ରେଣୀର ମାଆ ନେଇ ବିଦ୍ୟାଳୟର ମାତୃ ଭାରତୀ ବରିଷ୍ଠ ଆଚାର୍ଯ୍ୟl ନର୍ମଦା ସାହୁ ଓ କବିତା ଦାସ ଙ୍କ ତତତ୍ଵାବଧାନରେ ମାତୃଭାରତୀ ଗଠନ କରାଯାଇ ଥିଲା । ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।



