*ପରିବେଶକୁ ରାସାୟନିକ ପ୍ରଦୂଷଣମୁକ୍ତ କରିବା ସକାଶେ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ପୂଜନ*

ବରଗଡ଼:(ପବିତ୍ର ମେହେର)::ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସକାଶେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ପରିବେଶ ଅନୁକୂଳ ବାତାବରଣ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। କେବଳ ମୃତ୍ତିକା ଏବଂ ପ୍ରାକୃତିକ ରଙ୍ଗରେ ନିର୍ମିତ ରାସାୟନିକ ପ୍ରଦୂଷଣମୁକ୍ତ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତିକୁ ଏହି ଉତ୍ସବରେ ପୂଜା କରାଯାଇଥିଲା।ସାଜସଜ୍ଜା ନିମନ୍ତେ ନଡିଆ, କାଗଜ, ପତ୍ର ଓ ପ୍ରାକୃତିକ ଫୁଲ, ଫଳ ତଥା କାଣ୍ଡକୁ ବ୍ଯବହାର କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ଶକ୍ତି କ୍ଲବର ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବରଗଡ଼ ସ୍ଥିତ ଇମ୍ପେରିଏଲ୍ କଲେଜରୁ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଗ୍ରହଣ କରିବା ପରେ ସାଜସଜ୍ଜା ପାଇଁ ବିଦ୍ୟାଳୟରେ କେବଳ ଜୈବ ଅବକ୍ଷୟକ୍ଷମ ପ୍ରାକୃତିକ ପଦାର୍ଥ ବ୍ୟବହାର କରି ଏକ ପ୍ରଦୂଷଣ ମୁକ୍ତ ଜୈବିକ ପରିବେଶ ସୃଷ୍ଟି କରିବା ସହିତ ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି। ବିଦ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ପୂଜାକାର୍ଯ୍ୟ ପୁରୋହିତ ସୀତାରାମ ରଥ ତୁଲାଇଥିବା ବେଳେ ସାଜସଜ୍ଜା ନିମନ୍ତେ ଶିକ୍ଷକ ଅମୂଲ୍ୟ ଭୋଇ, ବୋଧରାମ ବିଶ୍ୱାଳ, ଈଶ୍ୱର ପଧାନ,ତେଜରାମ ସା,ପଦ୍ମଲୋଚନ ବିଶି,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ,ରାଜ କୁମାରୀ ଭୁଏ,ସରିତା ପଟେଲ,ମନୋଜା ପଟେଲ, ପୁଷ୍ପାଞ୍ଜଳି ପଧାନ, ରୁକୁଣୀ ସେଠ୍, ଅନୀଲ ସିଦାରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଓ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ପ୍ରେମ କିଶୋର ପଟେଲଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଇକୋ କ୍ଳବର ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ତେବେ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ପୂଜନ କରି ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି ସକାଶେ ସାରା ସମାଜକୁ ଦିଆଯାଇଥିବା ଜନତା ହାଇସ୍କୁଲ ଇକୋ କ୍ଳବର ଏହି ସଚେତନତାର ବାର୍ତ୍ତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।




