Spread the love

ପଚାଶ ବର୍ଷ ପୂର୍ତ୍ତି ଦିବସ ପାଳନ କଲା ଗୁତମରା ବାଲିସାହି ପୂଜା ମଣ୍ଡପ

ଅନୁଗୋଳ – date -28/08/25 durjyodhan Pradhan (talcher)

ଗୋତ ମରା ବାଲି ସାହି ର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ଦୁଃଶାସନ ବରାହ ଙ୍କ ଦ୍ଵାରା ପଚାଶ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଗଣେଶ ପୂଜା ଆଜି ପଚାଶ ବର୍ଷରେ ପଦାର୍ପଣ କରିଛି। ଶ୍ରୀ ବରାହ ଗତ କୋଭିଡ ରେ ଦେହତ୍ୟାଗ କରିଥିଲେ କିନ୍ତୁ ତାଙ୍କର ଏକ ମାତ୍ର ପୁତ୍ର ରଶ୍ମି ରଞ୍ଜନ ବରାହ ବାପାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଗଣେଶ ପୂଜା କୁ ବାପା ଚାଲିଗଲା ପରେବି ବାପାଙ୍କ ସ୍ବପ୍ନକୁ ବାହୁ ଆଡମ୍ବର ସହକାରେ ଏପର୍ଯ୍ୟନ୍ତ କରି ଆସୁଛନ୍ତି। ଆଜି ଏହି ବାଲି ସାହି ପୂଜାମଣ୍ଡପ ର ପଚାଶ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟ ଅତିଥି ଅରୁଣାଭ ସିଂ, ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ, ଶ୍ରୀ ବରାହ ଙ୍କ ଧର୍ମପତ୍ନୀ ଝରଣା ବରାହ , ବହୁ ରେଶ୍ମା ବରାହ ଓ ବାଲି ସାହିର ଯୁବକ ସଂଘ ଉପସ୍ଥିତ ରହି କେକ୍ କାଟି ଉକ୍ତ ଦିବସ କୁ ଉଦ୍ଘାଟନ କରିଥିଲେ। ଏହି ପୂଜା ଆଗାମୀ ବର୍ଷ ଗୁଡିକରେ ସବୁ ବର୍ଷ ଭଳି ଧୁମଧାମରେ ପାଳନ କରିବେ ବୋଲି ରଶ୍ମି ରଞ୍ଜନ ବରାହ ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *