ଭି ଏସ ଏସ କ୍ଳବ୍ ର ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ
କୁଚିଣ୍ଡା:୨୮/୮: କୁଚିଣ୍ଡା ବ୍ଲକ ସ୍ଥିତ ସାତକମା ଗ୍ରାମର ବନ ସୁରକ୍ଷା ସମିତି ଯୁବ କ୍ଳବ୍ ପକ୍ଷରୁ ଆଜି ଦିବସ ବ୍ୟାପୀ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କ୍ଳବ୍ ର ସଭାପତି ସୁଜିତ୍ ଭଇଁସା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ,ସାମାଜିକ କର୍ମୀ ସରୋଜ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଦୌଡ଼ ପ୍ରତିଯୋଗିତା, ହାଣ୍ଡି ପିଟା, ତିନି ଗୋଡ଼ିଆ ଦୌଡ଼, ଦୌଡ଼ି ଡିଆଁ, ମିଉଜିକ ଚେଆର, ବାଟି ଚାମଚ୍ ଚେଆର, ଛୁଞ୍ଚି ସୂତା, ମୁଢ଼ି ଖିଆ, ନୃତ୍ୟ ଗୀତ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ସମଗ୍ର କାର୍ଯ୍ୟକ୍ରମ କୁ ସମ୍ପାଦକ ରୁପାନନ୍ଦ ବାଘ, କୋଷାଧ୍ୟକ୍ଷ ରତ୍ନେଶ୍ୱର୍ ମାକର, ସୁପ୍ରଭାତ ସାହୁ, ଶୁକେସ ବାଘ, ନରେନ୍ଦ୍ର ପଳେଇ, ରୋଷନ ଚିଲ ପ୍ରମୁଖ ପରିଚାଳନା କରିଥିଲେ ।ରାତ୍ରୀ ରେ କୁସୁମ ଟିକ୍ରା ର କୃଷ୍ଣ ଗୁରୁ କଳା ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶେଷରେ ସମ୍ପାଦକ ରୁପା ନନ୍ଦ ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।



