ବୈଦ୍ୟକାଟେଣୀ ପ୍ରାଥମିକ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ବୈଦ୍ୟକଟେଣୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ ଚନ୍ଦ୍ର ସାହୁ ଙ୍କ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ବ୍ରହ୍ମ, ସହକାରୀ ଶିକ୍ଷକ ଶଙ୍କର୍ଷଣ ବ୍ରହ୍ମ, କଳାକର ପିଙ୍ଗୁଆ, ମାନସ ଚନ୍ଦ୍ର ରାଉତ, ସମାଜ ସେବୀ ଟଙ୍କଧର ବାରିକ ଉପସ୍ଥିତ ରହି କେଶବ ଚନ୍ଦ୍ର ସାହୁ ଙ୍କ ଶିକ୍ଷକତା ଜୀବନର ସଫଳତା ଆଲୋଚନା କରିଥିଲେ। ଅବସର ର ପରବର୍ତ୍ତୀ ସମୟ ର ଚଲାପଥ କୁସୁମିତ ହେବାକୁ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୁଃଖର ଛାୟା ଘୋଟି ଯାଇଥିଲା। ଗ୍ରାମ ବାସୀ ମାନେ ଶିକ୍ଷକଙ୍କୁ ବିଦାୟ ଦେଇ ଦୁଃଖ ରେ ଭାଙ୍ଗି ପଡ଼ିଥିଲେ।



